Latest Odisha News

BREAKING NEWS

ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି, ଆସନ୍ତାକାଲି ପୁଣିଥରେ ଶୁଣାଣି

ନୂଆଦିଲ୍ଲୀ: ଆଜି ବି ନିରାଶ ହେଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଲୋକସଭା ନିର୍ବାଚନରେ ​​ପ୍ରଚାର ପାଇଁ ସୁପ୍ରିମକୋର୍ଟରୁ ହେମନ୍ତ ସୋରେନଙ୍କୁ ମିଳିଲାନି ମଧ୍ୟବର୍ତ୍ତୀକାଳୀନ ଜାମିନ । ଆସନ୍ତାକାଲି ପୁନର୍ବାର ଏହି ମାମଲାରେ ଶୁଣାଣି ହେବ । ଶୁଣାଣି ସମୟରେ ସୋରେନଙ୍କ ଓକିଲ କପିଲ ସିବଲ କହିଛନ୍ତି ଯେ, ମୁଁ ଆସନ୍ତାକାଲି ଅର୍ଥାତ୍ ବୁଧବାର ଏହି ବିଷୟରେ ଅଧିକ ଯୁକ୍ତି ଉପସ୍ଥାପନ କରିବାକୁ ଚାହୁଁଛି ।

ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହାକୁ ବିରୋଧ କରି କହିଛି ଯେ ଗ୍ରୀଷ୍ମ ଛୁଟି ପରେ ଶୁଣାଣି ହେବା ଉଚିତ୍ । ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସିବଲ କିଛି ପୂର୍ବ ନିଷ୍ପତ୍ତିର ଉଦାହରଣ ଉପରେ ଅଧିକ ସ୍ପଷ୍ଟୀକରଣ ଦେବେ ।

ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ନେତୃତ୍ୱରେ ଦୁଇ ଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି । ମେ 17 ରେ ମଧ୍ୟ ସୋରେନଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଝଟକା ମିଳିଥିଲା । କୋର୍ଟ ତାଙ୍କୁ ତୁରନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରିଦେଇଥିଲେ ।

ସୂଚନାଯୋଗ୍ୟ, କଥିତ ଜମି ଦୁର୍ନୀତି ମାମଲାରେ ଝଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସର୍ବୋଚ୍ଚ ନ୍ୟାୟାଳୟରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି । ଜାନୁଆରୀ 31 ରେ ସୋରେନଙ୍କୁ ରାଞ୍ଚିରୁ ଇଡି ଗିରଫ କରିଥିଲା ।

Leave A Reply

Your email address will not be published.