Latest Odisha News

ବଢୁଛି ରାହୁଲଙ୍କ ଅଡୁଆ, ଜୁନ ୧୧ରେ ହାଜର ହେବାକୁ ସମନ ଜାରି କଲା କୋର୍ଟ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିର୍ବାଚନ ମାହୋଲ । ଆଉ ଏହାରି ଭିତରେ ଦିନ କୁ ଦିନ ବଢିବାରେ ଲାଗିଛି ରାହୁଲ ଗାନ୍ଧୀଙ୍କ ଅଡୁଆ । ରାହୁଲଙ୍କୁ ମହଙ୍ଗା ପଡିଲା ଅମିତ ଶାହାଙ୍କୁ ନେଇ ଦେଇଥିବା ମନ୍ତବ୍ୟ । ଶାହାଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛି ଏମପି-ଏମଏଲଏ କୋର୍ଟ । ଜୁନ ୧୧ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ଅମିତ ଶାହାଙ୍କ ଉପରେ ରାହୁଲ କହିଥିବା ବିବାଦୀୟ ମନ୍ତବ୍ୟକୁ ନେଇ ରାଞ୍ଚି ସିଭିଲ କୋର୍ଟରେ ଅଭିଯୋଗ କରିଥିଲେ ବିଜେପି କର୍ମୀ ନବୀନ ଝା । ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଯେଉଁଥିରେ ତାଙ୍କୁ କୋର୍ଟରେ ହାଜର ହେବାକୁ ସମନ ଜାରି କରାଯାଇଛି। ପିଟିସନରେ କୁହାଯାଇଛି ଯେ ରାହୁଲଙ୍କ ବିବୃତ୍ତି ତାଙ୍କୁ ଆଘାତ ଦେଇଛି ଏବଂ ଦଳର ଭାବମୂର୍ତ୍ତିକୁ ମଧ୍ୟ ଖରାପ କରିଦେଇଛି, ତେଣୁ ଏକ ଅଭିଯୋଗ ଦାଖଲ ହୋଇଛି।

ସୂଚନାଯୋଗ୍ୟ, ୨୦୧୮ରେ ରାହୁଲ ଗାନ୍ଧୀ ଦିଲ୍ଲୀ ସମ୍ମିଳନୀରେ କହିଥିଲେ ଯେ ଜଣେ ହତ୍ୟା ଅଭିଯୁକ୍ତ ବିଜେପିର ଅଧ୍ୟକ୍ଷ ହୋଇପାରନ୍ତି, କିନ୍ତୁ କଂଗ୍ରେସରେ ଏହା କଦାପି ହୋଇପାରିବ ନାହିଁ। ଏ ସମ୍ପର୍କରେ ଚାଇବାସା କୋର୍ଟରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଥିଲା । କିନ୍ତୁ ଚାଇବାସା କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନର ଅବଧିକୁ ବୃଦ୍ଧି କରିଛନ୍ତି।

Comments are closed.