Latest Odisha News

ଇସ୍ତଫା ଦେଲେ ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମ

ଝାଡ଼ଖଣ୍ଡ : ଇସ୍ତଫା ଦେଲେ କଂଗ୍ରେସ ନେତା ତଥା ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମ । ସେ ରାଜଭବନକୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଗତ ୨ ଦିନ ତଳେ ଅର୍ଥ ହେରଫେର ମାମଲାରେ ଆଲାମଙ୍କୁ ଗିରଫ କରିଥିଲା ଇଡି।

ସୂଚନା ଅନୁସାରେ, ଗତ ମେ ୬ ତାରିଖରେ ଇଡି ଆଲାମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ କୁମାର ଲାଲ ଏବଂ ତାଙ୍କର ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କ ଘର ଉପରେ ଚଢାଉ କରିଥିଲା ଇଡି। ଏହି ଘଟଣାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ୩୬ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା। ତାଙ୍କ ସହାୟକଙ୍କ ଘର ଭିତରୁ ନଗଦ ଟଙ୍କା ଜବତ ହେବା ପରେ ବୁଧବାର ଦିନ ଆଲମଗିର ଆଲାମଙ୍କୁ ଇଡି ଗିରଫ କରିଥିଲା।

ଏହି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କୁ କୋର୍ଟରେ ଉପସ୍ଥାପନ କରିଥିଲା । ମାମଲାର ଶୁଣାଣି ବେଳେ କୋର୍ଟ ଆଲାମଙ୍କୁ ୬ ଦିନ ରିମାଣ୍ଡରେ ପଠାଥିଲେ।

Leave A Reply

Your email address will not be published.