Latest Odisha News

BREAKING NEWS

ପ୍ରଥମ ଶ୍ରେଣୀ କ୍ରିକେଟରେ ଝାଡଖଣ୍ଡର ବିଶ୍ୱରେକର୍ଡ

କୋଲକାତା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଝାଡଖଣ୍ଡ ନୂତନ କୀର୍ତିମାନ ସ୍ଥାପନ କରିଛି । ପ୍ରଥମ ଇନିଂସରେ ୧୦୦୮ ରନର ଅଗ୍ରଣୀ ହାସଲ କରି ଝାଡଖଣ୍ଡ ଟିମ ନାମରେ ବିଶ୍ୱରେକର୍ଡ ସ୍ଥାପନ ହୋଇଛି । ଏ ପର୍ଯ୍ୟନ୍ତ କୌଣସି ଟିମ ଏତେ ରନର ଅଗ୍ରଣୀ ହାସଲ କରି ନାହାନ୍ତି । ଏଠାରେ ଅନୁଷ୍ଠିତ ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଝାଡଖଣ୍ଡ ପ୍ରଥମେ ବ୍ୟାଟିଂ କରି ୮୮୦ ରନ ସଂଗ୍ରହ କରିଥିଲା । ଜବାବରେ ନାଗାଲାଣ୍ଡ ୨୮୯ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ।

ଦ୍ୱିତୀୟ ଇନିଂସରେ ଝାଡଖଣ୍ଡ ୬ ୱିକେଟ ବିନିମୟରେ ୪୧୭ ରନ କରି ଉପରୋକ୍ତ ଅଗ୍ରଣୀ ହାସଲ କରିଥିଲା । ପ୍ରଥମ ଇନିଂସରେ ରଣଜୀ ଇତିହାସର ଚତୁର୍ଥ ସର୍ବାଧିକ ଦଳଗତ ସ୍କୋର ମଧ୍ୟ ଝାଡଖଣ୍ଡ ହାସଲ କରିଥିଲା । ତେବେ ଝାଡଖଣ୍ଡର ଖେଳୁଆଡ ମନୋଭାବ ନେଇ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.