Latest Odisha News

BREAKING NEWS

କରୋନା ରେଡ୍ ଜୋନରୁ ବାହାରିଲା ନୂଆପଡ଼ା ଜିଲ୍ଲା, ରେଡ୍ ଜୋନରେ ୨୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ ୧୨ ହଜାର ରହୁଛି । କିନ୍ତୁ ନୂଆପଡ଼ା ଜିଲ୍ଲାରେ ଏବେ ଖସିବାରେ ଲାଗିଛି ଦୈନିକ ସଂକ୍ରମଣ । କରୋନା ରେଡ୍ ଜୋନରୁ ବାହାରିଛି ନୂଆପଡ଼ା ଜିଲ୍ଲା । ୟେଲୋ ଜୋନକୁ ଆସିଛି । ଅର୍ଥାତ କରୋନାକୁ ତାବୁ ପାଉଛି ନୂଆପଡ଼ା ଜିଲ୍ଲା । ଏବେ ଜିଲ୍ଲାରେ ୮୮୮ଟି ଆକ୍ଟିଭ୍ କେସ୍ ରହିଛି ।

ସେକେଣ୍ଡ ଓ୍ୱେଭରେ ଦିନେ ନୂଆପଡ଼ା ଜିଲ୍ଲା ଦୈନିକ ସଂକ୍ରମଣରେ ଶୀର୍ଷରେ ରହୁଥିଲା । ଦିନକରେ ଶତାଧିକ ପଜିଟିଭ୍ ବାହାରୁଥିଲେ । ଛତିଶଗଡ଼ରେ କେସ ବଢୁଥିବାରୁ ନୂଆପଡ଼ାରେ ଉପରମୁହାଁ ହୋଇଥିଲା ସଂକ୍ରମଣ । ଏବେ କିନ୍ତୁ ନିୟନ୍ତ୍ରଣକୁ ଆସୁଛି କରୋନା ସ୍ଥିତି । ଗତ କିଛି ଦିନ ହେବ ଜିଲ୍ଲାରେ କ୍ରମାଗତ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହୁଛି । ଆଜି ଚିହ୍ନଟ ହୋଇଛନ୍ତି ମାତ୍ର ୫୪ ପଜିଟିଭ୍ ।

ନୂଆପଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨୧ ହଜାର ୭୧୧ । ସୁସ୍ଥ ହେଲେଣି ୨୦ହଜାର ୭୭୧ ଆକ୍ରାନ୍ତ । ୮୮୮ଟି ଆକ୍ଟିଭ୍ କେସ୍ ରହିଛି । କରୋନାରେ ୫୨ ଜଣ ପ୍ରାଣ ହରାଇଛନ୍ତି । ଏବେ ରାଜ୍ୟରେ ୨୫ଟି ଜିଲ୍ଲା କରୋନା ରେଡ୍ ଜୋନରେ ଅଛନ୍ତି ।

Leave A Reply

Your email address will not be published.