Latest Odisha News

BREAKING NEWS

ଝାରସୁଗୁଡା ଉପନିର୍ବାଚନ: ୩ ସ୍ୱାଧୀନଙ୍କ ସମେତ ମୈଦାନରେ ରହିଲେ ୯ ପ୍ରାର୍ଥୀ

ଝାରସୁଗୁଡା:ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଇତି ମଧ୍ୟରେ ନାମାଙ୍କନ ଦାଖଲ ସରି ପ୍ରତ୍ୟାହାର ବି ସରିଲାଣି । ସୋମବାର ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ।  ନିର୍ବାଚନ ଲଢିବା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ତାଙ୍କର ନାମାଙ୍କନ ପ୍ରତ୍ୟାହାର କରି ନେଇଥିବା ଜଣାଯାଇଛି । ଏ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ନାମାଙ୍କନ ପ୍ରତ୍ୟାହାର କରିଥିବା ଏହି ସ୍ୱାଧୀନ ପ୍ରାର୍ଥୀ ହେଲେ ଭୁବନେଶ୍ୱର ଗର୍ଡିଆ ।

ଗର୍ଡିଆ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ଏବେ ୯ ଜଣ ପ୍ରାର୍ଥୀ ଝାରସୁଗୁଡ଼ ଉପ ନିର୍ବାଚନ ପାଇଁ ଲଢିବେ । ଯଦିଓ ୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ମଧ୍ୟରେ ମୁକାବିଲ ହେବ ତଥା ଅନ୍ୟ ୬ ପ୍ରାର୍ଥୀଙ୍କ ଗୁରୁତ୍ୱକୁ ଅଣଦେଖା କରି ହେବନି । ୬ ଜଣ ଦଳୀୟ ପ୍ରାର୍ଥୀ ଥିବାବେଳେ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି ।  ଦେଖନ୍ତୁ କେଉଁ ପାର୍ଥୀ କେଉଁ ଦଳ ପାଇଁ ଲଢିବେ ଏବଂ କେଉଁମାନେ ସ୍ୱାଧୀନ ଭାବେ ଲଢିବେ ।

୧-ଦୀପାଳି ଦାସ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ତାଙ୍କର ଚିହ୍ନ ଶଙ୍ଖ

୨-ଟଙ୍କଧର ତ୍ରିପାଠୀ ବିଜେପି ପ୍ରାର୍ଥୀ ଓ ତାଙ୍କ ଚିହ୍ନ ପଦ୍ମ

୩-ତରୁଣ ପାଣ୍ଡେ କଂଗ୍ରେସର ପ୍ରାର୍ଥୀ ଏବଂ ତାଙ୍କର ଚିହ୍ନ ହାତ

୪-ରୋହି ଦାସ  ଓଡ଼ିଶା ପ୍ରଗତି ଦଳରୁ ଲଢିବେ ଏବଂ ତାଙ୍କର ଚିହ୍ନ ରହଛି ଭାସମାନ ଡଙ୍ଗା ସହ ନାଉରୀ

୫-ମନୀଶ ଶର୍ମା ଓଡ଼ିଶା ଜନତା ପାର୍ଟିରୁ ଲଢିବେ ଏବଂ ତାଙ୍କର ଚିହ୍ନ ରହିଛି ବଂଶୀ

୬-ମହିନ୍ଦ ପଟ୍ଟନାୟକ କଳିଙ୍ଗ ସେନା ପକ୍ଷରୁ  ଲଢିବେ ଏବଂ ତାଙ୍କର ଚିହ୍ନ ହେଉଛି ବ୍ୟାଟ

୭-ବିଜୟ କୁମାର ଜଲାନ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବେ ଏବଂ ତାଙ୍କର ଚିହ୍ନ ହେଉଛି ବ୍ୟାଟ

୮-ମହେନ୍ଦ୍ର ଲୁହା ସ୍ୱାଧୀନ ପ୍ରାର୍ଥୀ ଏବଂ ଚିହ୍ନ ଆଲମିରା

୯-ଜ୍ଞାନେନ୍ଦ୍ର ବେହେରା ସ୍ୱାଧୀନ ପ୍ରାର୍ଥୀ ଏବଂ ଚିହ୍ନ ଷ୍ଟୁଲ

 

Comments are closed.