ଝାରସୁଗୁଡ଼ା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ସହରକୁ ସପ୍ତାହେ ସଟଡାଉନ୍ ଘୋଷଣା କରାଯାଇଛି । ଆସନ୍ତା ୩୦ ତାରିଖରୁ ଲାଗୁ ହେବ କଟକଣା । ସକାଳ ୬ଟାରୁ ଦିନ ୧୧ଟା ମଧ୍ୟରେ ମିଳିବ ଗ୍ରୋସରି ସାମଗ୍ରୀ, ପନିପରିବା, କ୍ଷୀର, ଅଣ୍ଡା, ମାଛ ଓ ମାଂସ ।
ସଟଡାଉନ୍ ବେଳେ ଖୋଲା ରହିବ ଔଷଧ ଦୋକାନ । ବ୍ୟାଙ୍କ ବି ଖୋଲା ରହିବ । ତେବେ ୨୯ ତାରିଖ ଶନିବାର(ଆସନ୍ତାକାଲି) ସପ୍ତାହନ୍ତ ସଟଡାଉନ ହେବ ନାହିଁ । ସେପ୍ଟେମ୍ବର ୫ ତାରିଖ ଯାଏଁ ବଳବତ୍ତର ରହିବ ସଟଡାଉନ୍ କଟକଣା।
ବର୍ତ୍ତମାନ ଝାରସୁଗୁଡ଼ା ଜିଲ୍ଲାରେ ୧ ହଜାର ୩୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ୬୧୭ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୪୧୫ । ଜଣଙ୍କର ମୃତ୍ୟୁ ହୋଇଛି ।
Comments are closed.