Latest Odisha News

BREAKING NEWS

କଂଗ୍ରେସ ଛାଡିଲେ ଝାରସୁଗୁଡା ବିଧାୟକ ନବ ଦାସ, ଜାନୁଆରୀ ୨୪କୁ ସମସ୍ତଙ୍କ ନଜର

ଭୁବନେଶ୍ୱର : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଝାରସୁଗୁଡା ବିଧାୟକ ନବ କିଶୋର ଦାସ ବୁଧବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି)ର କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।

ଜାନୁଆରୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡା ଗସ୍ତ ସମୟରେ ସେ ବିଜେଡିରେ ଯୋଗ ଦେବାର ସମ୍ଭାବନା ରହିଥିବା ନେଇ ରାଜନୈତିକ ମହଲରେ ଏବେଠୁ ଚର୍ଚ୍ଚା ହେବାରେ ଲାଗିଛି ।

ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କ ଇଚ୍ଛାନୁଯାୟୀ ସେ ଦଳ ଛାଡିଛନ୍ତି ବୋଲି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ତାଙ୍କର ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ।

ଏଥିସହିତ “ମୋ ନିର୍ବାଚନ ମଣ୍ଡଳୀର ଜନସାଧାରଣମାନେ ଏହି ଅଞ୍ଚଳର ବିକାଶ ନିମନ୍ତେ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହାତ ମିଳାଇ ଏବଂ ୨୦୧୯ ନିର୍ବାଚନ ବିଜେଡି ଟିକେଟରୁ ଲଢେ ବୋଲି ସେମାନେ ଚାହୁଁଛନ୍ତି” ବୋଲି ସେ ଉଲ୍ଲେଖ କରିଛନ୍ତି ।

ନବ ଦାସ ଆହୁରି ମଧ୍ୟ କହିଛନ୍ତି ଜାନୁଆରୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ସମୟରେ ତାଙ୍କ ନିକଟରେ ଏହି ପ୍ରସ୍ତାବ ରଖିବା ଲାଗି ତାଙ୍କ କର୍ମୀମାନେ ଚାହୁଁଛନ୍ତି ।

“ମୋର ଏହି ଇସ୍ତଫା ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ଏବଂ ବିକାଶ ହେଉଛି ଆମର ପ୍ରାଥମିକତା” । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ମୋର ସର୍ବଦା ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ରହିଛି ଏବଂ ତାଙ୍କ ସହିତ ମୋର କୌଣସି ପ୍ରକାର ମତଭେଦ ନାହିଁ ।

Leave A Reply

Your email address will not be published.