Latest Odisha News

BREAKING NEWS

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବାତିଲ ହେଲା ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ବୁଧବାର ଦିନ ଓଡିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷାକୁ ବାତିଲ କରିଛନ୍ତି ।

ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଲିକ୍ ଅଭିଯୋଗ ହେବା ପରେ ବିଏସଇ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସୂଚନା ମିଳିଛି । ଏହାବ୍ୟତୀତ ଏହି ପରୀକ୍ଷାର ଦ୍ୱିତୀୟ ସିଟିଂ ପ୍ରଶ୍ନପତ୍ର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ପ୍ରମାଣ ମିଳିଛି ।

ଗଣମାଧ୍ୟମକୁ ସୂଚନା ଦେଇ ବୋର୍ଡ ପକ୍ଷରୁ କୁହାଯାଇଛିି, ପରୀକ୍ଷାର୍ଥୀ ମାନେ ପ୍ରଥମ ସିଟିଂ ପରୀକ୍ଷା ଦେବା ପରେ ଭାଇରାଲ ହୋଇଥିବା ପ୍ରଶ୍ନ ପତ୍ର ସହ ମୂଳ ପ୍ରଶ୍ନପତ୍ର ମେଳ ଖାଉଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପାଖାପାଖି ସକାଳ ୭ ଟାରୁ ୮ଟା ମଧ୍ୟରେ ପ୍ରଥମ ସିଟିଂ ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଘଟଣା ନଜରକୁ ଆସିଥିଲା ।

ବୋର୍ଡ ପକ୍ଷରୁ ଖୁବଶୀଘ୍ର ଏହି ପରୀକ୍ଷାର ଆଗାମୀ ତାରିଖ ଘୋଷଣା କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ବିଏସଇ ଅଧ୍ୟକ୍ଷ ଡାଃ ଜାହାନ ଆରା ବେଗମ କହିଛନ୍ତି ।

ପ୍ରଥମଥର ପାଇଁ ଏହି ପରୀକ୍ଷା ୨ଟି ସିଟିଂରେ କରାଯାଇଥିଲା । ଏହାର ପ୍ରଥମ ସିଟିଂ ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨.୩୦ ଯାଏଁ ଥିବା ବେଳେ ଅପରାହ୍ନ ୨ଟାରୁ ଦ୍ୱିତୀୟ ସିଟିଂ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୪.୩୦ ରେ ସମାପ୍ତ ହୋଇଥାନ୍ତା ।

ରାଜ୍ୟର ପ୍ରାୟ ୨୫୦ଟି ସେଣ୍ଟରରେ ପାଖାପାଖି ୧.୧୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.