Latest Odisha News

BREAKING NEWS

ମାଲକାନଗିରି: ପ୍ରେମ ସମ୍ପର୍କ ଲାଗି ଯୁବକଙ୍କୁ ହତ୍ୟା ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ଥାନା ଅନ୍ତର୍ଗତ କଦମଗୁଡା ନିକଟରେ ବୁଧବାର ଦିନ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି ।

ପ୍ରେମ ସମ୍ପର୍କ ଲାଗି ସମ୍ପୃକ୍ତ ଯୁବକଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହେଉଥିବା ବେଳେ ମୃତକଙ୍କ ନାମ ପବିତ୍ର ଖୀଲ(୧୯) ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଲୋକମାନେ ଜଣେ ଯୁବକର ରକ୍ତ ଜୁଡୁବୁଡୁ ମୃତ ଦେହ ଠାବ କରି ଏସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଏଯାବତ୍ ଯୁବକଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ସଠିକ୍ କାରଣ ଜଣାପଡିନାହିଁ । କିନ୍ତୁ ମୃତକଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି ଯେ ମୃତ ଯୁବକଙ୍କ କଦମଗୁଡା ଗ୍ରାମର ଜନୈକ ଝିଅ ସହିତ ପ୍ରେମ ସମ୍ପର୍କ ରହିଥିଲା ଏବଂ ସେହି କାରଣରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ।

ତେବେ ଏହି ଘଟଣାର ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.