Latest Odisha News

BREAKING NEWS

୨୦ ଦିନରୁ ଓଏସଏପି ଯବାନ ନିଖୋଜ, ଭଦ୍ରକ ଥାନାରେ ଏତଲା

ଝାରସୁଗୁଡା : ଝାରସୁଗୁଡା ଓଏସଏପି ଦ୍ୱିତୀୟ ବାଟାଲିୟନର ହାବିଲଦାର ନେପାଳର ରାମ ବାହାଦୂର ଗୁରୁଙ୍ଗ ୨୦ ଦିନରୁ ନିଖୋଜ ଅଛନ୍ତି । ଏନେଇ ଭଦ୍ରକ ଥାନାରେ ଏତଲା ଦିଆଯାଇଛି । ଅକ୍ଟୋବର ମାସରେ ଭଦ୍ରକ ଜିଲ୍ଲାକୁ ଡେପୁଟେସନରେ ଯାଇଥିଲେ ରାମ ବାହାଦୂର । ଘରକୁ ଫେରିବା ପାଇଁ ୨୬ ତାରିଖରେ ଭଦ୍ରକ କାର୍ଯ୍ୟାଳୟରୁ ସେ ଛୁଟି ନେଇଥିଲେ । ୨୭ ତାରିଖ ଶେଷ ଥର ପାଇଁ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ । କିନ୍ତୁ ସେଦିନରୁ ସେ ଆଉ ଘରକୁ ଫେରିନାହାଁନ୍ତି । ଭଦ୍ରକ ପୋଲିସକୁ ଏଏସଏପି ଦ୍ୱିତୀୟ ବାଟାଲିୟନ କର୍ତ୍ତୃପକ୍ଷ ଏସମ୍ପର୍କରେ ଜଣାଇଥିଲେ । ଭଦ୍ରକ ପୋଲିସ ଏତଲାକୁ ଭିତ୍ତି କରି ଛାନଭିନ୍ କରୁଛି ।

BjdElectrycity
Leave A Reply

Your email address will not be published.