ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମଙ୍ଗଳବାର ଦିନ ଝାରସୁଗୁଡାରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୫.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।
ରାଜ୍ୟର ପ୍ରାୟ ୧୨ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଅପଡେଟ୍ ଅନୁଯାୟୀ, ଝାରସୁଗୁଡା ବ୍ୟତୀତ ବୌଦ୍ଧରେ ୪୩.୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।ଏହା ପରେ ସମ୍ବଲପୁରରେ ୪୩.୫ ଡିଗ୍ରୀ ସେଲସିୟସ୍, ହୀରାକୁଦରେ ୪୩.୪ ଡିଗ୍ରୀ ସେଲସିୟସ୍, ବରଗଡ଼ରେ ୪୨.୯ ଡିଗ୍ରୀ ସେଲସିୟସ୍, ନୂଆପଡ଼ାରେ ୪୨.୫ ଡିଗ୍ରୀ ସେଲସିୟସ୍, ଟିଟଲାଗଡ଼ରେ ୪୨.୨ ଡିଗ୍ରୀ ସେଲସିୟସ୍, ତାଳଚେର ଏବଂ ବଲାଙ୍ଗୀରରେ ୪୨ ଡିଗ୍ରୀ ସେଲସିୟସ୍, ସୋନପୁରରେ ୪୧.୯ ଡିଗ୍ରୀ ସେଲସିୟସ୍, ଭବାନୀପାଟଣାରେ ୪୧.୮ ଡିଗ୍ରୀ ସେଲସିୟସ୍, ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ ସେଲସିୟସ୍ ଏବଂ ରାଉରକେଲାରେ ୪୦.୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।
ପାଣିପାଗ ବିଭାଗ ପୂର୍ବରୁ ୨୮ ଏପ୍ରିଲରେ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ନୟାଗଡ ଏବଂ ବରଗଡ଼ ଜିଲ୍ଲାର କିଛି ସ୍ଥାନରେ ଗରମ ପବନ ବୋହିବା ନେଇ ପୂର୍ବାନୁମାନ କରିଥିଲା। ଅନୁଗୁଳ, କଳାହାଣ୍ଡି, ମୟୂରଭଞ୍ଜ, ବଲାଙ୍ଗୀର, ବରଗଡ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତିରେ ମଧ୍ୟ ରାତି ତାପମାତ୍ରା ଗରମ ଅନୁଭୂତ ହେବ।
Comments are closed.