ନୂଆଦିଲ୍ଲୀ: ଆଧାର କାର୍ଡ ସମ୍ପର୍କରେ ଏକ ନୂଆ ଅପଡେଟ୍ ଆସିଛି। ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (UIDAI)ର ନୂଆ ଘୋଷଣା ଅନୁଯାୟୀ, ଆଧାର କାର୍ଡକୁ ଆଉ ଜନ୍ମ ତାରିଖର ପ୍ରମାଣ ଭାବରେ ବିବେଚନା କରାଯିବ ନାହିଁ। ଏନେଇ ଏକ ଚିଠି ଜାରି କରାଯାଇଛି।
ଏହା ଅଧୀନରେ ଆଧାର କାର୍ଡ ଆପଣଙ୍କ ପରିଚୟର ପ୍ରମାଣ ହେବ କିନ୍ତୁ ଜନ୍ମ ତାରିଖ ଥିଲେ ମଧ୍ୟ ଏହାକୁ ଆପଣଙ୍କ ଜନ୍ମ ତାରିଖର ପ୍ରମାଣ ଭାବରେ ବିବେଚନା କରାଯିବ ନାହିଁ।
ଏହି ନିଷ୍ପତ୍ତି ଉପରେ UIDAI କହିଛି ଯେ ଆଧାରର ଉଦ୍ଦେଶ୍ୟ ହେଉଛି ଅଥେଟିକେସନ ମାଧ୍ୟମରେ ପରିଚୟ ପ୍ରମାଣ କରିବା କିନ୍ତୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଜନ୍ମ ତାରିଖ ପ୍ରମାଣ କରିବା ନୁହେଁ। UIDAI ଏହା ମଧ୍ୟ କହିଛି ଯେ ଆଧାର କାର୍ଡରେ ଜନ୍ମ ତାରିଖ ନାମାଙ୍କନ କିମ୍ବା ଅପଡେଟ୍ ଉପଭୋକ୍ତାମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଉପରେ ଆଧାରିତ।
Comments are closed.