Latest Odisha News

BREAKING NEWS

ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି !

ଅଦେଖା ହାତର ଖେଳ

ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି !
ସମରେନ୍ଦ୍ର ବଳିଆରସିଂହ

ଛାଇଆଲୁଅର ଲୁଚକାଳି ଖେଳ ଭିତରେ କେଉଁ ଏକ ଅଦେଖାହାତର ଖେଳ । ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି । ବିଶ୍ୱାସ ହେଉନାହିଁ, କିନ୍ତୁ ଏହା ସତ । ତେବେ କେମିତି ଏହା ସଂଭବ ?

ମଂଚେଷ୍ଟରର ଗୋଟେ ମ୍ୟୁଜିୟମ! ରଙ୍ଗବେରଙ୍ଗର ବହୁ ପ୍ରାଚୀନ କଳାକୃତି ସେଠାରେ ମହଜୁଦ୍ ହୋଇରହିଛି । ବିଭିନ୍ନ ଆକୃତିର ଛୋଟ ବଡ଼ ପ୍ରତିମୂର୍ତ୍ତି ବି ଅଛି । ଏଠାକୁ ପ୍ରତ୍ୟେକ ଦିନ ବହୁ ପର୍ଯ୍ୟଟକ ଆସିଥାନ୍ତି…ମ୍ୟୁଜିୟମର ଆକର୍ଷଣରେ ବିମୋହିତ ହୋଇଥାନ୍ତି । ତେବେ ସେଠାରେ ଦେଖିବାକୁ ମିଳୁଛି ଏକ ରହସ୍ୟମୟ ଦୃଶ୍ୟ । ନିରେଖିକି ଦେଖିଲେ ଜଣାପଡ଼ୁଛି । ଗୋଟେ ପ୍ରତିମୂର୍ତ୍ତି ଆପେ ଅ।ପେ ବୁଲୁଛି । କୌଣସି ଯଂତ୍ରପାତି ବି ସେଥିରେ ସଂଲଗ୍ନ ହୋଇନାହିଁ । ତେବେ ଏହା କିଭଳି ହେଉଛି । ଦିନେ ସିସିଟିଭି ଫୁଟେଜରୁ ମ୍ୟୁଜିୟମର କର୍ମକର୍ତ୍ତା ଦେଖିବାକୁ ପାଇଲେ ଏଭଳି ରହସ୍ୟ…ତା’ପରେ ସେଇ ଦୃଶ୍ୟ ଭାଇରାଲ ହେଇଗଲା । ଗଣମାଧ୍ୟମରେ ଛାଇଗଲା ଏ ଖବର ।

କ’ଣ ଏଇ ରହସ୍ୟ ? କ’ଣ ଏ ମ୍ୟୁଜିୟମର ମିଷ୍ଟ୍ରି ? କେମିତି ଏହା ଅ।ପେ ଅ।ପେ ବୁଲିଲା ? କୋଉ ଶକ୍ତିର ବଳରେ ବୁଲିଲା ? ଏଭଳି ଅନେକ ପ୍ରଶ୍ନ ଅ।ସିଲା ଲୋକଂକ ମନରେ । ପ୍ରତିମୂର୍ତ୍ତିଟି ବହୁ ପ୍ରାଚୀନ କାଳର.. ୩ହଜାର ୮ଶହ ବର୍ଷ ତଳର । ଇଜିପ୍ଟରୁ ତାକୁ ଅଣାଯାଇଥିଲା । ଇଜିପ୍ଟ ହେଉଛି ମମ୍ମିଙ୍କ ସ୍ଥାନ । ସେଠାରେ ବହୁସଂଖ୍ୟାରେ ମମ୍ମି ଦେଖିବାକୁ ମିଳେ…।…ଅ।ପଣ ତ ଜାଣିଥିବେ, ମୃତ ମଣିଷ କିମ୍ବା ପଶୁର ଶରୀରକୁ ଏଇ ମମ୍ମି ମାଧ୍ୟମରେ ସଂରକ୍ଷିତ କରି ରଖାଯାଇଥାଏ । ବିଶେଷକରି ଚମଡ଼ା ଓ ଶରୀରର କେତେକ ଅଂଗରେ କେତେକ ରାସାୟନିକ ପଦାର୍ଥ ଦିଅ।ଯାଇ ଏହା କରାଯାଏ । ଉଭୟ ପ୍ରାକୃତିକ ଓ କୃତ୍ରିମ ଉପାୟରେ ମମ୍ମି ପ୍ରସ୍ତୁତ ହୋଇଥାଏ । ମମ୍ମିର ଇତିହାସ ଅନୁଯାୟୀ, ପ୍ରାଚୀନ ଇଜିପ୍ଟ ସଭ୍ୟତାରେ ମୃତଦେହକୁ ପିଟ୍-ଗ୍ରେଭ ଭିତରେ ରଖି ସଂସ୍କାର କାର୍ଯ୍ୟ କରାଯାଉଥିଲା, ଯାହା ପରେ ମମ୍ମିରେ ପରିଣତ ହୋଇଥିଲା । ତା’ ପରେ ମଣିଷ ମମ୍ମି ପ୍ରସ୍ତୁତ କଲା । ବିଭିନ୍ନ ରାସାୟନିକ ପଦାର୍ଥ ଦେଇ ମୃତଦେହକୁ ସରଂକ୍ଷଣ କଲା । ଏକ ନିୟୁତରୁ ଊର୍ଦ୍ଧ୍ଵ ପଶୁଙ୍କର ମମ୍ମି ଏଠାରେ ଅଛି, ତା’ ସାଂଗରେ ଅଛି ବହୁ ସଂଖ୍ୟାରେ ମଣିଷ ମମ୍ମି । କେତେକ ପିରାମିଡ୍ ଭିତରେ ବି ମମ୍ମିକୁ ରଖାଯାଇଥାଏ । ମମ୍ମି ଓ ପିରାମିଡ଼ ପାଇଁ ଇଜିପ୍ଟ ବିଶ୍ବରେ ପ୍ରସିଦ୍ଧ । ମଂଚେଷ୍ଟର ମ୍ୟୁଜିୟମରେ ଥିବା ସେହି ପ୍ରତିମୂର୍ତ୍ତି ଇଜିପ୍ଟରୁ ଅ।ସିଥିବା ହେତୁ ଅନେକ ମତ ଦେଲେ ହୁଏତ ଏହା ମମ୍ମି ହେଇଥାଇପାରେ । ମୃତ ବ୍ୟକ୍ତିର ଅ।ତ୍ମା ଅ।ସି ମୂର୍ତ୍ତିଟିକୁ ଘୂରାଉଥାଇପାରେ !

ଅ।ଶ୍ଚର୍ଯ୍ୟର କଥା, ୨୦୧୩ ମସିହା ଜୁନ୍ ମାସରେ ଏହି ଘଟଣା ଘଟିଥିଲା, ତେବେ ତା’ ପରେ ଏଭଳି ହୋଇନାହିଁ । କିନ୍ତୁ ଏ ନେଇ ଚର୍ଚା, ଅ।ଲୋଚନା ଏବେ ବି ହେଉଛି । ସେତେବେଳେ କେହି କେହି କହିଲେ, କୌଣସି ଅଭିଶାପ ଯୋଗୁଁ ପ୍ରତିମୂର୍ତ୍ତି ଏଭଳି ବୁଲୁଥାଇପାରେ ! ସେଇ ଅ।ତ୍ମା ଶାନ୍ତି ପାଇନାହିଁ, ଏଯାବତ୍ ଘୂରି ବୁଲୁଚି…ସେଇ ଶରୀରର ମୋହ ସେ ଏଯାଏଁ ଛାଡ଼ିପାରିନି, ସେଥିପାଇଁ ପ୍ରତିମୂର୍ତ୍ତିକୁ ଘୂରାଉଛି । ତେବେ ଏଇ ମୂର୍ତ୍ତିକୁ ଭଂଗାଯାଇ ପରୀକ୍ଷା ନିରୀକ୍ଷା ପାଇଁ କେତେକ ଦାବି କରିଥିଲେ, ତେବେ ମ୍ୟୁଜିୟମ କର୍ତୁପକ୍ଷ ଏଥରେ ରାଜିହୋଇନଥିଲେ । ମ୍ୟୁଜିୟମର କ୍ୟୁରେଟର ଡ. କ୍ୟାମ୍ପବେଲ ପ୍ରାଇସଙ୍କ ମତ ଅନୁଯାୟୀ, ପ୍ରତିମୂର୍ତ୍ତି ବୁଲିବା ପଛରେ ଅନେକ ଅଲୌକିକ ତର୍କ ରହିଛି ।

ତେବେ ଜଣେ ଇଂଜିନିଅରଙ୍କ ମତରେ ମ୍ୟୁଜିୟମ ନିକଟସ୍ଥ ରାସ୍ତାରେ ଭୂମିଚଳନ ବା କମ୍ପନ ଯୋଗୁଁ ଏଭଳି ହୋଇଥାଇପାରେ । ମାତ୍ର କେବଳ ଏଇ ଗୋଟିଏ ପ୍ରତିମୂର୍ତ୍ତି କାହିଁକି ବୁଲିଲା, ଅନ୍ୟ ପ୍ରତିମୂର୍ତ୍ତିଗୁଡ଼ିକ କାହିଁକି ନୁହେଁ, ସେ ନେଇ ସଂପୃକ୍ତ ଇଂଜିନିଅର କିଛି ସ୍ପଷ୍ଟ ମତ ଦେଇପାରିଲେନି । ତେଣୁ ଏ ରହସ୍ୟ ଏଯାବତ୍ ସେମିତି ରହସ୍ୟ ହେଇରହିଛି ।

Leave A Reply

Your email address will not be published.