Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

 ଆଜିର ରାଶି ଫଳ

ତା୨୬-୦୫-୨୦୧୯ ରବିବାର

ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର
[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୨୬ ରିଖ ରବିବାର ବୃଷ ୧୨ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର
ମେଷ ରାଶିର ଘାତ ବାର
ମିଥୁନ ମୀନ ରାଶିର ଘାତ ଚନ୍ଦ୍ର
ଆଜି: ନଡିଆ ଖାଇବା ନିଷେଧ

ମେଷ
ଉପସ୍ଥିତ ବୁଦ୍ଧି ପ୍ରୟୋଗକରି ଆପଣ ପ୍ରତ୍ୟେକ ସମସ୍ୟାର ସରଳ ସମାଧାନ କରିପାରିବେ। ସାମାଜିକ ସ୍ତରରେ ଆପଣଙ୍କ ଦକ୍ଷତାର ମୂଲ୍ୟାୟନ ହେବା ସାଙ୍ଗକୁ ପୁରସ୍କୃତ ହୋଇପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଲାଭବାନ୍‌ ହେବେ।

ବୃଷ
ସାମାଜିକ ସ୍ଥିତି ସହ ଅର୍ଥନୈତିକ ଅଭିବୃଦ୍ଧି ଘଟିବା କାରଣରୁ ମନ ପ୍ରଫୁଲ୍ଲ ରହିବ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି। ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ଓ ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ ।

ମିଥୁନ
କର୍ମକ୍ଷେତ୍ରରେ ଓ ପାରିବାରିକ ସ୍ତରରେ ଆଶାଜନକ ଫଳ ପାଇବେ । ବନ୍ଧୁମେଳରେ ସମୟ କଟାଇବାର ସୁଯୋଗ ପାଇପାରନ୍ତି। ସାମାଜିକ ସ୍ତରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପାରେ ।

କର୍କଟ
ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। ଭ୍ରମଣହେତୁକ କ୍ଳାନ୍ତି ଅନୁଭବ କରିପାରନ୍ତି। ଆଜିର ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ।

ସି˚ହ
ପ୍ରତ୍ୟେକ ଦିଗରୁ ସୁଫଳ ପାଇବା ସହ ସାମାଜିକ ସ୍ତରରେ ସମ୍ମାନିତ ହେବ । କରିବେ । ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ। ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ ।

କନ୍ୟା
ବାରମ୍ବାର ଚେଷ୍ଟାକଲେ ମଧ୍ୟ ପ୍ରତ୍ୟେକଟି କାର‌୍ୟ୍ୟରେ ପ୍ରତିବନ୍ଧକ ଦେଖା ଦେବ । ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ। ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର‌୍ୟ୍ୟାଦା ବୃଦ୍ଧିପାଇବ।
ତୁଳା
କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ସୁଖମୟ ହେବ । ଆତ୍ମୀୟସ୍ବଜନ ତଥା ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ । ସହକର୍ମୀ ମାନେ ନିଜର ଫାଇଦା ହାସଲ କରିବା ଲାଗି ମନ ବଳାଇପାରନ୍ତି।

ବିଛା
ପ୍ରତ୍ୟେକଟି କାର‌୍ୟ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ । ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ । ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି।

ଧନୁ
ଆଜି ସମସ୍ୟାର ସମାଧାନ ହେବ । ନୂତନ ଚୁକ୍ତିପତ୍ର ସ୍ବାକ୍ଷର ସ୍ବାକ୍ଷର କରିବେ ।
ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ବନ୍ଧୁଗହଣରେ ଆଜିର ଅଧିକାଂଶ ସମୟ କଟାଇପାରନ୍ତି।

ମକର
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ଆନୁଷ୍ଠାନିକ କାର‌୍ୟ୍ୟରେ ମୁଖ୍ୟ ଦାୟିତ୍ଵରେ ରହିବେ । ଆର୍ଥତ୍କ ସ୍ଥିତି ପୂର୍ବପରି ରହିବ। ଅତି ନିକଟରେ ରହୁଥିବା ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିପାରେ ।

କୁମ୍ଭ
ଆଜି ସନ୍ତାନ ସନ୍ତତିଙ୍କ କୃତିତ୍ୱ ନେଇ ଆନନ୍ଦିତ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ସମ୍ମାନ ଲାଭ କରିବେ ଅପରାହ୍ନରେ ଯଗି ରଖି ଚଳନ୍ତୁ ମାନସିକ ଟେନ୍‌ସନ ଲାଗିରହିବ।

ମୀନ

କର୍ମକ୍ଷେତ୍ର ଓ ବୃତ୍ତିଗତ ଧନ୍ଦାରେ ସମୟ ଅତିବାହିତ କରିବେ । ଘର ପାଇଁ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ବିଭିନ୍ନ କ୍ଷେତ୍ରରୁ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ। କଳା, ସଙ୍ଗୀତ ସମାରୋହ, ସାହିତ୍ୟଚର୍ଚ୍ଚା ତଥା ବନ୍ଧୁମିଳନ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।

Leave A Reply

Your email address will not be published.