Latest Odisha News

ମୁଁ ବଞ୍ଚିଛି, ମିଥ୍ୟା ଖବର କହିବା ବନ୍ଦ କରନ୍ତୁ: ଜିଜ୍ଞାସା

ମୁମ୍ବାଇ: ନିକଟରେ ଦୁର୍ଘଟଣାରେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଜିଜ୍ଞାସା ସିଂହଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଏକ ଗୁଜବ ଖବର ପ୍ରସାରିତ ହୋଇଥିଲା । ତାଙ୍କର ଏଭଳି ମୃତ୍ୟୁ ଖବରକୁ ଶୁଣି ତାଙ୍କ ପ୍ରଶଂସକ ଓ ପରିବାରଲୋକ ସ୍ତବ୍ଧ ହୋଇଯାଇଥିଲେ । ଏନେଇ ଅନେକ ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା । ଭାଇରାଲ ଭିଡିଓରେ ଜିଜ୍ଞାସାଙ୍କ ମୃତ୍ୟୁ ଏକ କାର ଦୁର୍ଘଟଣାରେ ହୋଇଥିବା କୁହାଯାଇଥିଲା । ତେବେ ଏହି ଘଟଣାର ଖବର ପାଇବା ପରେ ଜିଜ୍ଞାସ ନିରାଶ ହୋଇଯାଇଥିଲେ । ଘଟଣାକୁ ନେଇ ତାଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଥିବା ବେଳେ ଏବେ ସେ ନିଜେ ସାମ୍ନାକୁ ଆସି ଏହି ଖବର ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି ।

ବଞ୍ଚି ଥାଉ ଥାଉ ତାଙ୍କ ମୃତ୍ୟୁକୁ ନେଇ ଅପପ୍ରଚାର କରାଯାଉଥିବା ନେଇ ଜିଜ୍ଞାସା ନିଜର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଆଉ କହିଛନ୍ତି, ମୁଁ ବଞ୍ଚିଛି, ମିଛ ଚ୍ୟାନେଲ ଏଭଳି ମିଥ୍ୟା ଖବର ପ୍ରସାରିତ କରିବା ବନ୍ଦ କରନ୍ତୁ । ଆପଣମାନେ କିଛିଟା ଭିୟୁ ପାଇଁ ଚ୍ୟାନେଲରେ ଏଭଳି ମିଛ ଖବର ପ୍ରସାରିତ କରୁଛନ୍ତି । କିନ୍ତୁ ଏହା ଦ୍ୱାରା ମୋର ପରିବାର,ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କୁ ଆଘାତ ପହଞ୍ଚୁଛି । ଆପଣମାନଙ୍କୁ ଅନୁରୋଧ ମୋ ସହିତ କରିଥିବା ଏମିତି କାମ ଅନ୍ୟ କାହାରି ସହିତ ଦୋହରାଇବେ ନାହିଁ । ଆପଣଙ୍କ ପରିବାର ସଦସ୍ୟଙ୍କ ସହିତ ଯଦି ଏମିତି କିଛି ଘଟିଥାଆନ୍ତା, କେମିତି ଲାଗିଥାଆନ୍ତା ଥରେ ଚିନ୍ତା କରି ଦେଖନ୍ତୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.