ନୂଆଦିଲ୍ଳୀ: ସାରଦା ଖଣିର ଆଇରନ୍ ଓର୍କୁ ନେବ ଜିନ୍ଦଲ । ଏନେଇ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଖଣି ମାମଲାର ଶୁଣାଣୀ ହୋଇଛି । ଏଥିରେ ସାରଦା ଖଣିର ଷ୍ଟକ ଥିବା ୨ହଜାର କୋଟିର ଆଇରନ ଓରକୁ ନେବାକୁ ଜିନ୍ଦଲକୁ ସର୍ବୋଚ୍ଚ ଅଦାଲତ ଅନୁମତି ଦେଇଛନ୍ତି ।ସାରଦା ଖଣି ଉପରେ ଲାଗିଥିବା ୯୩୩ କୋଟି ଟଙ୍କାର ଜରିମାନା ଖୁବ୍ଶୀଘ୍ର କମ୍ପାନୀ ପୈଠ କରିବ । ପରିବେଶ ଅନୁମତି ଉଲଂହଘନ କରିଥିବା ଅଭିଯୋଗରେ କୋର୍ଟ ଏହି ଜରିମାନା ଲଗାଇଥିଲେ । ଫେବୃଆରୀ ସୁଧା ଏହି ଅର୍ଥ ରାଶି ଜମା କରିବାକୁ ସାରଦା ଖଣିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଖଣି ନିୟମ ଯେଉଁମାନେ ଉଲଂଘନ କରିଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
BREAKING NEWS
- ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଛୋଟ ଧରଣର ଅଦଳବଦଳ
- ଡିଜିପି ସମ୍ମିଳନୀ: ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି
- ମେଡିକାଲରୁ ଡିସଚାର୍ଜ ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
- ପୁଞ୍ଜିନିବେଶ ନାଁରେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ
- ଜାନୁଆରୀ ୫ରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା, ଓଡ଼ିଶା ସଂସ୍କୃତିର ଝଲକ ଦେଖିବେ ପ୍ରବାସୀ ଭାରତୀୟ
- ନାଗା ଓ ଶୋଭିତାଙ୍କ ୱେଡିଂ ରାଇଟ୍ସ ୫୦ କୋଟିରେ ବିକ୍ରୀ
- ୨୯ରେ ଭୁବନେଶ୍ଵରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଆମ୍ବ ଟାକୁଆ ଜାଉ ଖାଇ ଅସୁସ୍ଥ ଘଟଣା: ସୁସ୍ଥ ହେଇ ଘରକୁ ଫେରିଲେ ଟୁନି ମାଝୀ
- ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ
- ଶିଶୁ ଯତ୍ନ ଅନୁଷ୍ଠାନରେ ପୃଷ୍ଠପୋଷକ ହେବେ ବିଧାୟକ ଏବଂ ମନ୍ତ୍ରୀ!
Comments are closed.