ନୂଆଦିଲ୍ଲୀ: କୋଭିଡ୍-୧୯ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଫିକି ସିଏସଆର ସ୍ୱତନ୍ତ୍ର ପ୍ରଶଂସା ପୁରସ୍କାରରେ ସମ୍ମାନିତ କରିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଫିକି ସିଏସଆର ସମ୍ମିଳନୀରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ସିଏସଆର ମୁଖ୍ୟ ପ୍ରଶାନ୍ତ କୁମାର ହୋତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ସିଏସଆରର ଅଧ୍ୟକ୍ଷା ପଦ୍ମ ଭୂଷଣ ରାଜଶ୍ରୀ ବିର୍ଲା ଉପସ୍ଥିତ ଥିଲେ ।
ଭାରତରେ କୋଭିଡ-୧୯ ମହାମାରୀ ବିରୋଧରେ ଲଢିବା ପାଇଁ ଜନସାଧାରଣ ତଥା ସରକାରଙ୍କୁ ସମର୍ଥନ କରି ବହୁମୁଖୀ ପଦକ୍ଷେପ ଗ୍ରହଣ କରିବାରେ ଭାରତର ଅଳ୍ପକିଛି ସଂସ୍ଥା ମଧ୍ୟରେ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜେଏସପି ଅନ୍ଯତମ ଥିଲା । ଭାରତରେ ମହାମାରୀ ଆରମ୍ଭ ହେବା ପରେ ଗରିବ ଏବଂ ଅସୁରକ୍ଷିତ ଲୋକଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ଏହାର ସିଏସଆର ସଂଗଠନ ଶାଲୁ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜେଏସପି ଫାଉଣ୍ଡେସନ ମଧ୍ୟମରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ।
ଜେଏସପିର ସିଏସଆର ଟିମକୁ ଅଭିନନ୍ଦନ ଜଣାଇ, ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ ଜିନ୍ଦଲ କହିଛନ୍ତି, “କୋଭିଡ-୧୯ ମହାମାରୀ ସମଗ୍ର ଦେଶର ସମାଜ, ଅର୍ଥନୀତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ପ୍ରଭାବ ପକାଇଥିଲା । ଗରିବ ଏବଂ ଅସୁରକ୍ଷିତ ଲୋକମାନେ ଅଧିକ ପ୍ରଭାବିତ ହୋଇଥିଲେ । ଜଣେ ଦାୟିତ୍ୱ ବାନ କର୍ପୋରେଟ୍ ନାଗରିକ ଭାବରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଏବଂ ଜେଏସପି ଫାଉଣ୍ଡେସନ ସ୍ୱାସ୍ଥ୍ୟ ସେବା ସୁବିଧା କରିବା, ତରଳ ମେଡିକାଲ ଅମ୍ଲଜାନ ଯୋଗାଇବା ଏବଂ ଗରିବ ତଥା ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇବା ଭଳି ବହୁବିଧ ଉଦ୍ୟମ କରିଥିଲା” । ବହୁସ୍ତରୀୟ କଠୋର ଚୟନ ପ୍ରକ୍ରିୟା ଉପରେ ଆଧାରିତ ଏହି ଜାତୀୟ ପୁରସ୍କାର ପାଇଁ ସେ ଜୁରି ସଦସ୍ୟ ଏବଂ ଫିକିକୁ ଧନ୍ୟବାଦ ଦେଇଛନ୍ତି ।
କୋଭିଡ-୧୯ ମହାମାରୀ ଯୋଗୁଁ ଲକଡାଉନ୍ ଘୋଷଣା ପରେ ତୁରନ୍ତ ଟ୍ରକ୍ ଡ୍ରାଇଭର, ପ୍ରବାସୀ ଶ୍ରମିକ ଏବଂ ଗରିବ ଲୋକଙ୍କୁ ଖାଇବାକୁ ଦେବା ପାଇଁ ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ଜେଏସପି ପକ୍ଷରୁ ‘ମିଶନ୍ ଜିରୋ କ୍ଷୁଧା’ ଆରମ୍ଭ କରାଯାଇଥିଲା । ପରେ ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରକୁ ସଂପ୍ରସାରଣ କରାଯାଇ ୨୦ ଲକ୍ଷରୁ ଅଧିକ ଭୋଜନ ଯୋଗାଇ ଦିଆଯାଇଥିଲା ।
ମହାମାରୀର ତୃତୀୟ ଲହର ସମୟରେ ଜେଏସପି ୧୩ଟି ରାଜ୍ୟକୁ ସଡ଼କ ପଥ ଏବଂ ଭାରତୀୟ ରେଳବାଇର ଅକ୍ସିଜେନ ଏକ୍ସପ୍ରେସ୍ ମାଧ୍ୟମରେ ୫୦୦୦ ଟନ୍ରୁ ଅଧିକ ତରଳ ମେଡିକାଲ ଅମ୍ଳଜାନ ଯୋଗାଉଥିଲା । ତରଳ ମେଡିକାଲ ଅମ୍ଳଜାନ ପରିବହନ ପାଇଁ ଓଡ଼ିଶା ସରକାରଙ୍କୁ ଦୁଇଟି କ୍ରାୟୋଜେନିକ୍ ଟ୍ୟାଙ୍କର୍ ମଧ୍ୟ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଥିଲା ।
ସ୍ୱାସ୍ଥ୍ୟ ସେବା ପାଇଁ, ଜେଏସପି ଛତିଶଗଡ଼ରେ ଥିବା ଏହାର ଫୋର୍ଟିସ୍ ଓପି ଜିନ୍ଦଲ ହସ୍ପିଟାଲରେ ଏବଂ ଅନୁଗୁଳରେ କୋଭିଡ କେୟାର ସେଣ୍ଟରରେ ୭୦୦ ଅମ୍ଳଜାନ ସଂଯୁକ୍ତ ଶଯ୍ୟାର ସୁବିଧା କରିଥିଲା । ଅନୁଗୁଳ କୋଭିଡ କେୟାର ସେଣ୍ଟରରେ ଆଇସିୟୁ, ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ସୁବିଧା କରଯାଇଥିଲା । ଏହା ବ୍ୟତୀତ ଜେଏସପି ଫାଉଣ୍ଡେସନ ଜନସାଧାରଣ ଏବଂ କୋଭିଡ୍ ଯୋଦ୍ଧାମାନଙ୍କ ମଧ୍ୟରେ ଲକ୍ଷ ଲକ୍ଷ ଫେସମାସ୍କ ଏବଂ ହଜାର ହଜାର ଲିଟର ସାନିଟାଇଜର ବଣ୍ଟନ କରିଥିଲା ।
ଏକାଧିକ ଟାଇ-ଅପ୍ ବ୍ୟବସ୍ଥା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର କୃଷକ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କର ଦ୍ଵାରା ଉତ୍ପାଦନ କରାଯାଉଥିବା ବିଭିନ୍ନ ସାମଗ୍ରୀର ବିକ୍ରୟ ତଥା ସେମାନଙ୍କର ରୋଜଗାରକୁ ସୁରକ୍ଷିତ ରଖିବାରେ ଜେଏସପି ଫାଉଣ୍ଡେସନ ସହାୟତା କରିଥିଲା । କୋଭିଡ-୧୯ ମହାମାରୀ ଯୋଗୁଁ ଅନାଥ ହୋଇଥିବା ପିଲାମାନଙ୍କ ପୋଷଣ ପାଇଁ ଛତିଶଗଡ଼ର ତମନାରରେ ପୁଅ ଏବଂ ଝିଅମାନଙ୍କ ପାଇଁ ଜେଏସପି ପକ୍ଷରୁ ପୃଥକ ଭାବରେ ଦୁଇଟି ଚିଲଡ୍ରେନ ହୋମ ସ୍ଥାପନ କରାଯାଇଛି ।
Comments are closed.