Latest Odisha News

BREAKING NEWS

ବାବା ବିଶ୍ୱନାଥଙ୍କ ଦରବାରରେ ସେଲିବ୍ରିଟିଙ୍କ ଗହଳି

ନୂଆଦିଲ୍ଲୀ : ସେଲିବ୍ରିଟିଙ୍କୁ ଘାରିଛି ବାରଣାସୀ ନିଶା । ଚଳିତ ବର୍ଷ ବାରଣାସୀର କାଶୀ ବିଶ୍ବନାଥଙ୍କ ମନ୍ଦିରରେ ଦେଖିବାକୁ ମିଳୁଛି ବଲିଉଡର ନାମୀଦାମୀ ଷ୍ଟାରଙ୍କ ଭିଡ଼ । ବାବା ବିଶ୍ୱନାଥଙ୍କ ମନ୍ଦିର ବଲିଉଡର ଷ୍ଟାରମାନଙ୍କୁ ଅଧିକ ଆକର୍ଷିତ କରିଛି । ଗତ ବର୍ଷରୁ ଆରମ୍ଭ କରି ଚଳିତ ବର୍ଷ ମଧ୍ୟରେ ବହୁ ସେଲିବ୍ରିଟି ବାବା ବିଶ୍ବନାଥଙ୍କ ଶରଣାଗତ ହୋଇଛନ୍ତି ।

ତେବେ ଏହି ତାଲିକାରେ ରହିଛନ୍ତି ରଣଭୀର କପୁର, ଆଲିଆ ଭଟ୍ଟ, ଅକ୍ଷୟ କୁମାର, ଅଜୟ ଦେବଗାନ୍, ଶିଳ୍ପା ଶେଟ୍ଟୀ ଏବଂ ଅଭିଷେକ ବଚ୍ଚନଙ୍କ ପରି ସେଲିବ୍ରିଟିମାନେ ବାବାଙ୍କ ଦର୍ଶନ ଲାଭ କରିଛନ୍ତି । ବଲିଉଡ ବ୍ୟତୀତ ଅନେକ ଭୋଜପୁରୀ ଅଭିନେତା ମଧ୍ୟ ଏଠାରେ ପରିଦର୍ଶନ କରିଛନ୍ତି।

ମାର୍ଚ୍ଚ ୨୦୨୨ ରେ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ସୁଟିଂ ପୂର୍ବରୁ ରଣଭୀର କପୁର ଏବଂ ଆଲିଆ ବାବା ବିଶ୍ୱନାଥଙ୍କ ଦରବାରରେ ପହଞ୍ଚି ବାବାଙ୍କ ଆଶୀର୍ବାଦ ନେଇଥିଲେ। କେବଳ ଏତିକି ନୁହେଁ, ସେହି ଧାମରେ ​​ତାଙ୍କ ଚଳଚ୍ଚିତ୍ରର ସୁଟିଂ ମଧ୍ୟ ହୋଇଥିଲା ।

ସେହିପରି ଚଳଚ୍ଚିତ୍ର ‘ସମ୍ରାଟ ପ୍ରୀତିରାଜ ଚୌହାନ ‘ ରିଲିଜ ହେବା ପୂର୍ବରୁ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ମଧ୍ୟ ମେ ମାସରେ ବାବାଙ୍କ ଧାମରେ ​​ପହଞ୍ଚିଥିଲେ । ଫିଲ୍ମର ସଫଳତା ପାଇଁ ବାବାଙ୍କଠାରୁ ଆଶୀର୍ବାଦ ମାଗିଥିଲେ।

ନଭେମ୍ବର ୨୦୨୨ରେ ଚଳଚ୍ଚିତ୍ର ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କ ପରିବାର ସହିତ ବାବା ବିଶ୍ୱନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ। ଏଥି ସହିତ ସେ ପ୍ରଶଂସକଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ ।

Leave A Reply

Your email address will not be published.