Latest Odisha News

ଜିଓର ନୂଆ ‘ଅଲ-ଇନ-ୱାନ’ ରିଚାର୍ଜ ଅଫର୍

ନୂଆଦିଲ୍ଲୀ: ଗ୍ରାହକମାନଙ୍କ ପାଇଁ ଜିଓ ଏବେ ଆଣିଦେଇଛି ‘ଅଲ-ଇନ-ୱାନ’ ପ୍ଲାନ ଏକ ନୂଆ ଅଫର । ନିକଟରେ ଇଣ୍ଟରକନେକ୍ସନ ୟୁଜର୍ସ ଚାର୍ଜ(ଆଇୟୁସି) ଲଗାଇ ଏକପ୍ରକାର ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିଲା ଜିଓ ।

ଏହି ନୂଆ ‘ଅଲ-ଇନ-ୱାନ’ ପ୍ଲାନ୍ ଅନୁଯାୟୀ ଅନ୍ୟ ଯେକୌଣସି ନେଟୱର୍କକୁ କଲ୍ କରିବା ଲାଗି ଆଇୟୁସି ଟପ୍ ଅପ୍ ବଦଳରେ ଜିଓ ୩ଟି ରିଚାର୍ଜ ପ୍ୟାକ୍ ଆଣିଛି ।

ନୂଆ ପ୍ୟାକ୍ ଅନୁସାରେ ଗ୍ରାହକମାନେ ୨୨୨, ୩୩୩ ଓ ୪୪୪ ଟଙ୍କା ରିଚାର୍ଜ କରି ୨ ଜିବି ପ୍ରତିଦିନ, ଅନଲିମିଟେଡ଼ ଭଏସ, ଏସଏମଏସପାଇବେ ।

ତେବେ ପୂର୍ବ ରିଚାର୍ଜରେ ଜିଓରୁ ଅନ୍ୟ ନେଟୱର୍କକୁ କଲ୍ କରିବା ପାଇଁ ଯେଉଁଭଳି ଅନଲିମିଟେଡ୍ ସୁବିଧା ମିଳୁଥିଲା, ୩ଟି ନୂଆ ପ୍ଲାନରେ ସେଭଳି ସୁବିଧା ନାହିଁ ବୋଲି ଜିଓ ସ୍ପଷ୍ଟ କରିଛି । ଆହୁରି ମଧ୍ୟ ଏହା ଅନ୍ୟ କମ୍ପାନୀମାନଙ୍କର ପ୍ଲାନଠାରୁ ୨୦ ପ୍ରତିଶତରୁ ୫୦ ପ୍ରତିଶତ ପର୍ଯ୍ୟାୟ ଶସ୍ତା ବୋଲି ଜିଓ ଦାବି କରିଛି ।

୨୨୨ ଟଙ୍କାର ରିଚାର୍ଜ ପ୍ଲାନର ଅବଧି ୨୮ ଦିନ ଥିବାବେଳେ ପ୍ରତିଦିନ ୨ ଜିବି ଡାଟା ମିଳିବ । ଏହାବ୍ୟତିତ ଜିଓକୁ ଜିଓ ଅନଲିମିଟେଡ୍ କଲ୍ ସୁବିଧା ଥିବା ବେଳେ ନନ୍ ଜିଓକୁ ହଜାରେ ମିନିଟର୍ କଲ୍ ସୁବିଧା ରହିଛି ।

୩୩୩ ଟଙ୍କାର ରିଚାର୍ଜ ପ୍ଲାନର ଅବଧି ୨ ମାସ ଥିବାବେଳେ ପ୍ରତିଦିନ ୨ ଜିବି ଡାଟା ମିଳିବ । ଏହାବ୍ୟତିତ ଜିଓକୁ ଜିଓ ଅନଲିମିଟେଡ୍ କଲ୍ ସୁବିଧା ଥିବା ବେଳେ ନନ୍ ଜିଓକୁ ହଜାରେ ମିନିଟର୍ କଲ୍ ସୁବିଧା ରହିଛି ।

୪୪୪ ଟଙ୍କାର ରିଚାର୍ଜ ପ୍ଲାନର ଅବଧି ୩ ମାସ ଥିବାବେଳେ ପ୍ରତିଦିନ ୨ ଜିବି ଡାଟା ମିଳିବ । ଏହାବ୍ୟତିତ ଜିଓକୁ ଜିଓ ଅନଲିମିଟେଡ୍ କଲ୍ ସୁବିଧା ଥିବା ବେଳେ ନନ୍ ଜିଓକୁ ହଜାରେ ମିନିଟର୍ କଲ୍ ସୁବିଧା ରହିଛି ।

Comments are closed.