Latest Odisha News

BREAKING NEWS

ଜିଓ ବିଶ୍ୱ ସ୍ତରରେ ପଂଚମ ସୁଦୃଢ଼ ବ୍ରାଣ୍ଡ୍ ବିବେଚିତ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପ୍ରଥମ ଥର ପାଇଁ ର‌୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରି ବିଶ୍ୱର ପଂଚମ ସୁଦୃଢ଼ ବ୍ରାଣ୍ଡ୍‌ର ମାନ୍ୟତା (ଟାଇଟଲ୍‌) ହାସଲ କରିଛି । ଭାରତର ଏହି ଅଗ୍ରଣୀ ଟେଲିକମ୍ କଂପାନିର ବିଏସ୍‌ଆଇ ସ୍କୋର୍ ୧୦୦ରୁ ୯୧.୭ ରହିଛି ଏବଂ ଏହାକୁ ଇଲାଇଟ୍ (ସଂଭ୍ରାନ୍ତ) ଏଏଏ+ ବ୍ରାଣ୍ଡ୍ ଦୃଢ଼ତା ରେଟିଂ ମିଳିଛି ।

୨୦୧୬ରେ ସ୍ଥାପିତ ହେବା ସତ୍ୱେ ଜିଓ ଦ୍ରୁତ ଗତିରେ ଭାରତର ସର୍ବବୃହତ ମୋବାଇଲ୍ ନେଟ୍‌ୱର୍କ ଅପରେଟର ଓ ସାରା ବିଶ୍ୱରେ ତୃତୀୟ ବୃହତ ମୋବାଇଲ୍ ନେଟ୍‌ୱର୍କ ଅପରେଟର ହେବାର ଗୌରବ ହାସଲ କରିଛି ଓ କଂପାନି ପାଖରେ ୪୦ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି ।

ବ୍ରାଣ୍ଡ୍ ଫାଇନାନ୍ସର ଅସଲି ବଜାର ଗବେଷଣାରୁ ସାରା ଦେଶରେ ଜିଓ ବ୍ରାଣ୍ଡ୍‌ର ରହିଥିବା ଆଧିପତ୍ୟ ସମ୍ପର୍କରେ ଜଣାପଡ଼ିଛି ।

ବ୍ରାଣ୍ଡ୍‌ର ଦୃଢ଼ତା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅଲଗା ପ୍ରତିୟମାନ ହେବା ସହିତ ଟେଲିକମ୍ ଶିଳ୍ପର ନକାରାତ୍ମକ ଧାରାକୁ ପ୍ରତିହତ କରି ୫୦ ପ୍ରତିଶତ ବୃଦ୍ଧି ସହ ୪.୮ ବିଲିଅନ୍ ଡଲାର ମୂଲ୍ୟରେ ଜିଓ ହେଉଛି ବ୍ରାଣ୍ଡ୍ ମୂଲ୍ୟ ଦୃଷ୍ଟିରୁ ଟେଲିକମ୍ ଶିଳ୍ପ ର‌୍ୟାଙ୍କିଙ୍ଗ୍‌ରେ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ରାଣ୍ଡ୍ ।’’

Comments are closed.