ନୂଆଦିଲ୍ଲୀ: ୱେବସାଇଟ୍ ଏବଂ ଆପ୍ ରୁ ୨ଟି ଶସ୍ତା ପ୍ଲାନ ହଟାଇ ଦେଇଛି ଜିଓ କମ୍ପାନୀ । ଜିଓ ୧୮୯ ଏବଂ ୪୭୯ ଟଙ୍କା ପ୍ଲାନ ବନ୍ଦ କରି ଦେଇଛି।
୧୮୯ ଟଙ୍କା ପ୍ଲାନର ମୂଲ୍ୟ ଗତବର୍ଷ ଜୁଲାଇ ପୂର୍ବରୁ ୧୫୫ ଟଙ୍କା ଥିଲା। ମୂଲ୍ୟ ବୃଦ୍ଧି ପରେ ମୂଲ୍ୟ ୧୮୯ ଟଙ୍କା ହୋଇଥିଲା ଏବଂ ବର୍ତ୍ତମାନ ଏହାକୁ ବନ୍ଦ କରିଦିଆଯାଇଛି । ୧୮୯ ଟଙ୍କାର ପ୍ଲାନ ୨୮ ଦିନର ବୈଧତା ସହିତ ଆସୁଥିଲା ଓ ଏହା ମୋଟ ୨ ଜିବି ହାଇ ସ୍ପିଡ୍ ପ୍ରଦାନ କରୁଥିଲା । ଅନଲିମିଟେଡ ଭଏସ୍ କଲିଂ ସହିତ ଏହି ପ୍ଲାନରେ ପ୍ରତିଦିନ ୧୦୦ ମାଗଣା ଏସଏମଏସର ଲାଭ ମଧ୍ୟ ଦିଆଯାଇଥିଲା ।
ଏଥି ସହିତ, ଜିଓର ୪୭୯ ଟଙ୍କା ପ୍ରିପେଡ୍ ରିଚାର୍ଜ ଯୋଜନାରେ ୮୪ ଦିନର ବୈଧତା ମିଳୁଥିଲା ।
ଏହି ଯୋଜନା ଅନଲିମିଟେଡ କଲିଂ ଏବଂ ସମୁଦାୟ ୧୦୦୦ ଏସଏମଏସର ଲାଭ ସହିତ ଆସିଥିଲା । ୟୁଜରମାନେ ମଧ୍ୟ ମୋଟ ୬ ଜିବି ହାଇ ସ୍ପିଡ୍ ଡାଟା ପାଉଥିଲେ ।
ଟେଲିକମ୍ କମ୍ପାନୀଗୁଡିକୁ କେବଳ ଭଏସ୍ କଲ ଏବଂ ଏସଏମଏସର ସୁବିଧା ପ୍ରଦାନ କରିବାକୁ TRAI ଆଦେଶ ଦେଇଛି, ତେବେ ଏହୁ କାରଣରୁ ଜିଓ ପ୍ଲାନ ବନ୍ଦ କରିଥାଇ ପାରେ ବୋଲି ଅନୁମାନ କରାଯାଉଛି ।
Comments are closed.