Latest Odisha News

BREAKING NEWS

ଓମିକ୍ରନ୍‌ ବିରୁଦ୍ଧରେ ଜେ ଆଣ୍ଡ୍‌ ଜେ ବୁଷ୍ଟର ଡୋଜ ୮୫% ପ୍ରଭାବଶାଳୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ମେଡିକାଲ ରିସର୍ଚ୍ଚ କାଉନସିଲ୍ (SAMRC) ର ମୁଖ୍ୟ ଶୁକ୍ରବାର ଦିନ ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ଡାକ୍ତରଖାନାରେ ଭର୍ତ୍ତି ହେବାରୁ ସୁରକ୍ଷା ଦେବାରେ ଜେ ଆଣ୍ଡ୍‌ ଜେ କୋଭିଡ୍‌ ଟିକାର ବୁଷ୍ଟର୍ ସଟ୍ ୮୫% ପ୍ରଭାବଶାଳୀ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “ପରୀକ୍ଷଣରୁ ଜଣାପଡ଼ିଛି ଯେ, ଏହି ଟିକା ଓମିକ୍ରନ୍‌ ବିରୁଦ୍ଧରେ ୮୫% କାମ କରୁଛି। ଏହି ଟିକାକରଣର ପ୍ରଭାବ ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ରହିଥାଏ।

ଏହି ଅଧ୍ୟୟନରେ ୪୭୭,୨୩୪ ସ୍ବାସ୍ଥ୍ୟ କର୍ମୀ ସାମିଲ ହୋଇଥିଲେ। ସମସ୍ତଙ୍କୁ ଜେ ଆଣ୍ଡ୍‌ ଜେ ଟିକା ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୨୩୬,୦୦୦ ଜଣ ଜେ ଆଣ୍ଡ୍‌ ଜେର ବୁଷ୍ଟର ଡୋଜ୍‌ ନେଇଥିଲେ।

ଏହି ଟିକା ନେବା ପରେ ଏହା ଦେଖିବାକୁ ମିଳିଥିଲା ଯେ ହସ୍ପିଟାଲରେ ଭର୍ତ୍ତି ହେବା ପ୍ରଥମ ଦୁଇ ସପ୍ତାହରେ ୬୩% ହ୍ରାସ ପାଇଥିଲା। ଏହା ପରେ ଏକରୁ ଦୁଇମାସ ମଧ୍ୟରେ ଏହା ୮୫% ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।

Comments are closed, but trackbacks and pingbacks are open.