Latest Odisha News

ଜମ୍ମୁକଶ୍ମୀର ଏବଂ ଲଦାଖକୁ ଭିନ୍ନ ଦେଶ ଭାବେ ଦର୍ଶାଇଲା ଟ୍ୱିଟର; ହୋଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଏକ ପୃଥକ ଦେଶ ଭାବରେ ଦର୍ଶାଉଥିବା ଭାରତର ଭୁଲ ମାନଚିତ୍ର ନେଇଥିବାରୁ ଟ୍ୱିଟର ଉପରେ ହୋଇପାରେ ଦୃଢ ସରକାରୀ କାର୍ଯ୍ୟାନୁଷ୍ଠାନ। ନୂଆ ଆଇଟି ନିୟମ ପ୍ରସଙ୍ଗକୁ ନେଇ ସରକାର ଏବଂ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏହା ହେଉଛି ଏକ ସଦ୍ୟତମ ବିବାଦ।

ଟ୍ୱିଟରର “ଟ୍ୱିପ୍ ଲାଇଫ୍” ବିଭାଗରେ ଦେଖାଯାଉଥିବା ମାନଚିତ୍ରରେ ଭାରତ ବାହାରେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଦେଖାଯାଇଛି। ବିକୃତ ମାନଚିତ୍ରକୁ ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ସମାଲୋଚନା କରାଯାଇଥିଲା ଏବଂ ଅନେକ କ୍ରୋଧିତ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା। ଏ ନେଇ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ।

 

Comments are closed.