Latest Odisha News

BREAKING NEWS

ଟେରର୍ ଲିଙ୍କରେ ଗିରଫ ପରେ ବିଦା ହେଲେ ଡିଏସପି ଦବିନ୍ଦର ସିଂହ

ଶ୍ରୀନଗର: ବିଦା ହେଲେ ଜମ୍ମୁ-କାଶ୍ମୀର ଡିଏସପି ଦବିନ୍ଦର ସିଂହ । ଟେରର ଲିଙ୍କରେ ଧରାପଡିବା ପରେ ବୁଧବାର ତାଙ୍କ ବିରୋଧରେ ବଡ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି । ଦବିନ୍ଦର ସିଂହଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇଛି ।

ଏନେଇ ସୂଚନା ଦେଇଛନ୍ତି ଜମ୍ମୁ-କାଶ୍ମୀର ଡିଜି ଦିଲବାଗ ସିଂହ । ଅନ୍ୟପଟେ ଦବିନ୍ଦରଙ୍କ ମାରାଥନ ପଚରା ଉଚରା ଜାରି ର୍ଖିଛି ଏନ୍ଆଇଏ । ଜେରା ବେଳେ ଦବିନ୍ଦର ଓ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ଏକାଧିକ ଲିଙ୍କ ସାମ୍ନାକୁ ଆସିଛି । ସେ ପ୍ରଥମଥର ନୁହେଁ ବରଂ ବହୁଥର ଆତଙ୍କବାଦୀଙ୍କୁ ସହଯୋଗ କରିଥିବା କଥା ଜଣାପଡିଛି ।

ଜାନୁଆରୀ ୧୩ ତାରିଖରେ କୁଲଗାମ ଜିଲ୍ଲାରେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଏକ କାରରୁ ଦବିନ୍ଦରଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଦକ୍ଷିଣ କାଶ୍ମୀର ଡିଆଇଜି ଅତୁଲ ଗୋଏଲ ଗିରଫ କରିଥିଲେ । ଏହି ଗାଡିରେ ଦବିନ୍ଦରଙ୍କ ସହ ଥିଲା ହିଜବୁଲ କମାଣ୍ଡରର ନମ୍ବର-୨ କୁହାଯାଉଥିବା ମୋଷ୍ଟ ୱାଂଟେଡ ଆତଙ୍କବାଦୀ ସଇଦ ନୱିଦ ବାବୁ, ରଫି ହାଇଦର ଓ ହିଜବୁଲର ଏକ ତୃଣମୂଳ କାର୍ଯ୍ୟକର୍ତା ଇରଫାନ ମୀର ।

ଡିଏସ୍ପି ଦବିନ୍ଦର ଆତଙ୍କବାଦୀଙ୍କୁ ଘାଟିରୁ ବାହାରକୁ ବାହାରିବା ପାଇଁ ସାହାଯ୍ୟ କରୁଥିଲେ । ଡିଏସ୍ପି ସାହାଯ୍ୟରେ ଆତଙ୍କବାଦୀ ଦିଲ୍ଲୀ ଆସିବାକୁ ଯୋଜନା ମଧ୍ୟ କରୁଥିଲେ । ଅନ୍ୟପଟେ ଡିଏସ୍ପି ଘରେ ଚଢ଼ାଉ ବେଳେ ୫ଟି ଗ୍ରେନେଡ୍ ଓ ୩ଟି ଏକେ-୪୭ ଜବତ ହୋଇଛି ।

Leave A Reply

Your email address will not be published.