Latest Odisha News

BREAKING NEWS

ଭୋପାଳ ବ୍ୟବସାୟୀଙ୍କ ନିଆରା ମକର ସଂକ୍ରାନ୍ତି; ଲକେଟ୍ କରି ପିନ୍ଧିଲେ ସୁନା ଗୁଡ଼ି !

ଭୋପାଳ: ମକର ସଂକ୍ରାନ୍ତି ସାରା ଭାରତରେ ଆଜି ଧୂମଧାମରେ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ଏହାକୁ ପାଳନ କରାଯାଇଛି । ଭୋପାଳରେ ଏହି ପର୍ବର ଗୁରୁତ୍ୱ ଅଧିକ ରହିଛି । ପ୍ରାୟ ସମସ୍ତ ବାସିନ୍ଦା ଛାତ ଉପରେ ଗୁଡି ଉଡାଇ ଏହାର ମଜା ଉଠାଇଛନ୍ତି । ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀନାରାୟଣ ଖଣ୍ଡେଲୱାଲ୍ ଏକ ସୁନାର ଗୁଡି ଓ ନଟି ତିଆରି କରିଛନ୍ତି । ଏ ବାବଦକୁ ତାଙ୍କର ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଅବଶ୍ୟ ସେ ଏହି ଗୁଡି ନ ଉଡାଇ ବେକରେ ଲକେଟ୍ କରି ପିନ୍ଧିଛନ୍ତିି ।

ଖାଲି ସେତିକି ନୁହେଁ, ଆଜି ମକର ସଂକ୍ରାନ୍ତିରେ ସୁନାର ଲକେଟ୍ ଗୁଡ଼ି ପିନ୍ଧି ଲକ୍ଷ୍ମୀନାରାୟଣ ଉଡ଼ାଇଛନ୍ତି ରଙ୍ଗ ବେରଙ୍ଗୀ ଗୁଡ଼ି । ତାଙ୍କର ଏହି ସୁନା ଲକେଟ୍ ଗୁଡ଼ି ପିନ୍ଧା ଓ ଗୁଡ଼ି ଉଡ଼ାକୁ ଆଜି ସୋସିଆଲ୍ ମିଡ଼ିଆରେ ବେଶ୍ ପ୍ରଶଂସା କରିଛନ୍ତି ୟୁଜର୍ସ ।

ଲକ୍ଷ୍ମୀନାରାୟଣ ଗୁଡି ଉଡାଇବା ସମୟରେ କମେଂଟ୍ରି କରିଥାନ୍ତି । ତାଙ୍କ କମେଂଟ୍ରି ଶୁଣିବା ପାଇଁ ଲୋକ ଗହଳି ହୋଇଥାଏ । ମନ୍ଦାକିନୀ ମୈଦାନରେ ତାଙ୍କର କମେଂଟ୍ରି ଓ ସୁନାର ଲକେଟ ବେଶ ଚର୍ଚ୍ଚାର କାରଣ ସାଜିଥିଲେ । ମୁଁ ପିଲାବେଳୁ ଗୁଡି ଉଡାଇବା ପାଇଁ ଭଲ ପାଇଥାଏ । ଗୁଡ଼ି ଲାଗି ଏହା ମୋର ଏକ ପାଗଳାମୀ କହିଲେ ଭୁଲ ହେବ ନାହିଁ ବୋଲି ଲକ୍ଷ୍ମୀନାରାୟଣ କହିଛନ୍ତି ।

Leave A Reply

Your email address will not be published.