Latest Odisha News

BREAKING NEWS

ଯୁଦ୍ଧ ଆଶଙ୍କା ବଢ଼ିଲା: ନାଗରିକଙ୍କୁ ୟୁକ୍ରେନ ଛାଡିବା ପାଇଁ ନିର୍ଦ୍ଦେଶ ଦେଲା ଆମେରିକା

ମସ୍କୋ: ରୁଷିଆ ଓ ୟୁକ୍ରେନ ବିବାଦ କମିବାରେ ନାମ ଧରୁନି । ବର୍ତମାନ ରୁଷ ସେନା ଓ ନାଟୋ ଫୋର୍ସେସ ମୁହାଁ ମୁହିଁ ଅବସ୍ଥାକୁ ଆସି ଯାଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ତୁରନ୍ତ ଛାଡିବା ପାଇଁ ନିଜ ନାଗରିକଙ୍କୁ କହିଛନ୍ତି । ୟୁକ୍ରେନକୁ ରୁଷିଆ ସେନା ପଠାଇବା ମାନେ ବିଶ୍ୱଯୁଦ୍ଧର ଆରମ୍ଭ ବୋଲି ବାଇଡେନ କହିଛନ୍ତି । ରୁଷ ସେନା ଟ୍ୟାଙ୍କ ମାଧ୍ୟମରେ ଆକ୍ରମଣ କଲେ ୪୮ ଘଂଟା ମଧ୍ୟରେ ୟୁକ୍ରେନ ରାଜଧାନୀ କିଭ ନିକଟରେ ପଂହଚିଯିବ । ସେ ସମୟରେ ନାଗରିକଙ୍କୁ ସେଠାରୁ ବାହାର କରିବା ସମ୍ଭବପର ହେବ ନାହିଁ ବୋଲି ବାଇଡେନ କହିଛନ୍ତି ।

ଇତି ମଧ୍ୟରେ ବେଲାରୁଷ ସହ ରୁଷ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ଆମେରିକା ୨୦୦ ମିଲିୟନ ସୁରକ୍ଷା ସହାୟତା ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ୟୁୂକ୍ରେନକୁ ପଠାଇଛି । ଅନ୍ୟ ନାଟୋ ଦେଶମାନେ ମଧ୍ୟ ୟୁକ୍ରେନକୁ ସହାୟତା କରିବା ଆରମ୍ଭ କରିଛନ୍ତି ।

Comments are closed, but trackbacks and pingbacks are open.