Latest Odisha News

BREAKING NEWS

ରାଜ୍ୟରେ କରୋନା ନେଲା ଆଉ ୨୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୨୦ ଜୀବନ । ଯାଜପୁରରୁ ସର୍ବାଧିକ ୪ ଜଣ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାରୁ ୩ ଲେଖାଏ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।

ମୟୁରଭଞ୍ଜରୁ ଆଉ ୨ଜଣ ପ୍ରାଣ ହରାଇଛନ୍ତି । ସେହିପରି ନବରଙ୍ଗପୁର, କେନ୍ଦୁଝର, ଜଗତସିଂହପୁର, କଟକ ଓ ଭଦ୍ରକରୁ ମଧ୍ୟ କରୋନା ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ୮୩୮ରେ ପହଞ୍ଚିଛି ।

Comments are closed, but trackbacks and pingbacks are open.