Latest Odisha News

ଯୋବ୍ରା ସିରିଜ ଦୁର୍ଘଟଣା; ଅଭିଯୁକ୍ତ ଚାଳକକୁ କୋର୍ଟ ଚାଲାଣ କଲା ପୋଲିସ

କଟକ: କଟକ ଯୋବ୍ରା ବ୍ୟାରେଜରେ ସିରିଜ ଦୁର୍ଘଟଣା ମାମଲା । ଆଜି ସିରିଜ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓର ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଗତପୁର ପୋଲିସ । ଗରିଫ ଅଭିଯୁକ୍ତ ଚାଳକ ହେଉଛି ରାଜେନ୍ଦ୍ର ପରିଜା । ସେ ଜଣେ କାର୍ ମେକାନିକ । ସେ ନଖରା ସ୍ଥିତ ମହେନ୍ଦ୍ରା ସୋ ରୁମରେ ବିଭିନ୍ନ କାର ସର୍ଭିସିଂ କରନ୍ତି ।

ତେବେ ଉକ୍ତ ସ୍କର୍ପିଓ ଗାଡିଟିକୁ ତା’ର ମାଲିକ ସର୍ଭିସିଂ ପାଇଁ ସୋ’ ରୁମ୍ ରେ ଦେଇଥିଲେ । ହେଲେ ଏହାର ଅପବ୍ୟବହାର ହୋଇଥିବା ନେଇ ଡିସିପି ଅଫିସରେ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଗତକାଲି ରାଜେନ୍ଦ୍ର ପରିଜା ଓ ତାଙ୍କ ଦୁଇ ସାଙ୍ଗ ଓ ତାଙ୍କର ଦୁଇ ଜଣ ବାନ୍ଧବୀ ବୁଲି ଯିବାର ଯୋଜନା କରି ଅନ୍ୟ ଜଣଙ୍କ ସ୍କର୍ପିଓ ଗାଡି ନମ୍ବର ବଦଳାଇ ଦେଇଥିଲେ । ପ୍ରଥମେ ସେମାନଙ୍କର ଟ୍ରିପ୍ ବାବା ଧବଳେଶ୍ବରଙ୍କ ଠାରୁ ଆରମ୍ଭ ହୋଇଥିଲା । ଦର୍ଶନ ସାରି ଫେରିବା ପରେ ବିଡାନାସିରେ ସମସ୍ତେ ମଦ୍ୟପାନ କରିଥିଲେ । ଗାଡି ରିଙ୍ଗ ରୋଡ଼ରୁ ଦୁର୍ଘଟଣା କରିବା ଆରମ୍ଭ କରିବା ପରେ ଆନିକଟ ବ୍ୟାରେଜ ଉପରେ କରିଥିଲା ସିରିଜ ଦୁର୍ଘଟଣା ।

କ୍ରମାଗତ ଭାବେ ୪ ଥର ଦୁର୍ଘଟଣା ଘଟାଇବା ପରେ ପୋଲିସ ବ୍ୟାରେଜ ଉପରୁ ସ୍କର୍ପିଓ ଗାଡିକୁ ଜବତ କରିବା ସହ ନିଶାସକ୍ତ ଡ୍ରାଇଭରକୁ ଗିରଫ କରିଥିଲା । ଏମିତିକି ଗାଡିରୁ ମଦ ମଧ୍ୟ ଜବତ କରିଛି ପୋଲିସ ।

ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ବର୍ତ୍ତମାନ ଡିସଚାର୍ଜ କରାଯାଇଥିବା ବେଳେ, ଅନ୍ୟ ଜଣେ ଚିକିତ୍ସାଧୀନ ଅଛନ୍ତି ।

Comments are closed.