Latest Odisha News

BREAKING NEWS

ଯୋଧପୁର IITରେ ୭୦ ଛାତ୍ରଛାତ୍ରୀ, ଶିକ୍ଷକ କରୋନା ପଜିଟିଭ 

ଯୋଧପୁର: ରାଜସ୍ଥାନ ସ୍ଥିତ ଯୋଧପୁର ଆଇଆଇଟିକୁ ଘେରିଲା କରୋନା । ଶିକ୍ଷାନୁଷ୍ଠାନର ପ୍ରାୟ ୬୫ରୁ ୭୦ ଜଣ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଷ୍ଟାଫ୍‌ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । 

ସୂଚନା ଅନୁସାରେ ମାର୍ଚ୍ଚ ୧୧ ତାରିଖରେ ଚଣ୍ଡିଗଡ, ଗୁଜରାଟ ଏବଂ ଜୟପୁରର କିଛି ଛାତ୍ରଛାତ୍ରୀ ଆସିଥିଲେ । ପରୀକ୍ଷା ବେଳେ ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରଠୁ କରୋନା ସଂକ୍ରମଣ ବଢିଚାଲିଲା । ବର୍ତ୍ତମାନ ସୁଦ୍ଧା ଯୋଧପୁର ଆଇଆଇଟିର ପ୍ରାୟ ୬୫ରୁ ୭୦ ଜଣ କରୋନା ସଂକ୍ରମିତ ହେଲେଣି । ସଂକ୍ରମଣ ରୋକିବାକୁ କ୍ୟାମ୍ପସରେ ଥିବା ବ୍ଲକ୍‌ ଜି-୩କୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

Leave A Reply

Your email address will not be published.