Latest Odisha News

BREAKING NEWS

ଜୋ ବିଡେନ୍‌ ଏବଂ ହାରିସ୍‌ଙ୍କ ସମର୍ଥକ କହିଲେ ଟ୍ରମ୍ପ୍‌ ଭାରତର ‘ଶତ୍ରୁ’

ୱାଶିଂଟନ୍: ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ ଏବଂ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ-ଆମେରିକୀୟ ସିନେଟର କମଲା ହାରିସ୍‌ଙ୍କ ସମର୍ଥକମାନେ କହିଛନ୍ତି ଯେ ଡେମୋକ୍ରାଟିକ୍ ପ୍ରାର୍ଥୀମାନେ ସମ୍ପ୍ରଦାୟକୁ ଭଲ ଭାବରେ ବୁଝନ୍ତି କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ‌ ସ୍ତରରେ ଭାରତକୁ ସମାଲୋଚନା କରନ୍ତି। ଯେଉଁଥିପାଇଁ ହାରିସ୍ ଏବଂ ବିଡେନ୍‌ଙ୍କ ସମର୍ଥକମାନେ ଟ୍ରମ୍ପଙ୍କୁ ଭାରତର “ଶତ୍ରୁ” ‌ଭାବେ ବିବେଚନା କରିଛନ୍ତି।

ବିଡେନ୍‌ଙ୍କ ସମର୍ଥନରେ ଭାରତୀୟ-ଆମେରିକୀୟ ସମର୍ଥକମାନେ ଶୁକ୍ରବାର ଦିନ କହିଛନ୍ତି ଯେ ବିଡେନ ଆମେରିକାର ସିନେଟର ତଥା ଉପରାଷ୍ଟ୍ରପତି ଭାବରେ ସମ୍ପ୍ରଦାୟକୁ ସାହାଯ୍ୟ କରିଥିଲେ।

ସିଲିକନ୍ ଭ୍ୟାଲିର ଉଦ୍ୟୋଗୀ ଅଜୟ ଜୈନ ଭୁଟୋରିଆ କହିଛନ୍ତି, ଆମକୁ ଏପରି ଜଣେ ନେତା ଦରକାର ଯିଏ ଆମ ସମ୍ପ୍ରଦାୟ, ଆମର ମୂଲ୍ୟବୋଧ, ଆମ ଗୌରବକୁ ବୁଝିବ। ଯିଏ ଆମର କଠିନ ପରିଶ୍ରମକୁ ପ୍ରଶଂସା କରିବ ଏବଂ ପ୍ରଶାସନରେ ଯିଏ ଆମକୁ ସମାନ ସୁଯୋଗ ଦେବ ଏବଂ ଆମର ମତାମତ ଲୋଡିବ।

ଟ୍ରମ୍ପ ଏବଂ ବିଡେନଙ୍କ ମଧ୍ୟରେ ଅନ୍ତିମ ରାଷ୍ଟ୍ରପତି ବିତର୍କକୁ ନେଇ ଭୁଟୋରିଆ କହିଛନ୍ତି ଯେ ବିଶ୍ୱ ସ୍ତରରେ ରାଷ୍ଟ୍ରପତି ଭାରତକୁ ସମାଲୋଚନା କରିଛନ୍ତି। ଏହା କୌଣସି ଦିଗରୁ ଭାରତ ସପକ୍ଷରେ ଯାଉ ନାହିଁ, ଜଣେ ଶତ୍ରୁ ହିଁ ଏଭଳି କହିପାରିବ।

Leave A Reply

Your email address will not be published.