Latest Odisha News

BREAKING NEWS

ନୀତିଶ ରାଣା, ସୁନୀଲ ନାରିନଙ୍କ ଚମତ୍କାର ବ୍ୟାଟିଂ, ଦିଲ୍ଲୀ ସମ୍ମୁଖରେ ୧୯୫ ରନର ବିଜୟ ଲକ୍ଷ୍ୟ

ଆବୁଧାବି: ଚଳିତ ଆଇପିଏଲରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ କୋଲକାତା ନାଇଟ ରାଇଡର୍ସ ୧୯୫ ରନର ବଡ ଲକ୍ଷ୍ୟ ରଖିଛି । ଦିଲ୍ଲୀ ବିପକ୍ଷରେ କୋଲକାତା ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଗତ ମ୍ୟାଚରେ ପ୍ରଶଂସକଙ୍କୁ ବ୍ୟାଟିଂରେ ସମ୍ପୂର୍ଣ୍ଣ ନିରାଶ କରିଥିବା କୋଲକାତା ଏଥର କିନ୍ତୁ ସେ ତ୍ରୁଟି ଦୋହରାଇ ନ ଥିଲା ।

ନିତିଶ ରାଣା (୮୧ ରନ, ୫୩ବଲ, ୧୩ ଚୌକା, ୧ ଛକା) ଓ ସୁନୀଲ ନାରିନ୍ (୬୪ରନ, ୩୨ ବଲ, ୬ଚୌକା, ୪ଛକା) ଦିଲ୍ଲୀ ବୋଲରଙ୍କୁ ନିଧୂର୍ମ ପ୍ରହାର କରିଥିଲେ । ଉଭୟ ୪ର୍ଥ ଉଇକେଟରେ ୧୧୫ ରନ ଯୋଗ କରିଥିଲେ । ଦିଲ୍ଲୀ ବିପକ୍ଷରେ ଆର୍ଣ୍ଣିଚ ନୋର୍ଟେଜ, କାଗିସୋ ରାବାଡା ଓ ମାର୍କସ ଷ୍ଟୋଇନିସ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ଟତି ନେଇଥିଲା ।

Leave A Reply

Your email address will not be published.