Latest Odisha News

BREAKING NEWS

ମନ୍ଦିରରେ ନିରାମିଷ କୁମ୍ଭୀର !

କୋଝିକୋଡ: ମନ୍ଦିର ଭିତରେ କୁମ୍ଭୀର । ଆଉ ଏହି କୁମ୍ଭୀର ମାଂଶାସୀ ନୁହେଁ ବରଂ ନିରାମିଷାସୀ । କେରଳର କାସରଗଡରେ ଥିବା ଶ୍ରୀ ଅନନ୍ତପଦ୍ମନାଭସ୍ୱାମୀ ମନ୍ଦିରରେ ଦେଖିବାକୁ ମିଳିଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଦୃଶ୍ୟ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମନ୍ଦିର ପରିସରରେ ଘୁରି ବୁଲୁଛି ବିରାଟକାୟ କୁମ୍ଭୀର । ନାଁ ତାର ବବିୟା । ମନ୍ଦିର ପରିସରରେ ଥିବା ପୋଖରୀରେ ରହେ । ଶ୍ରଦ୍ଧାଳୁ ଓ ମନ୍ଦିର ପ୍ରଶାସନ ଯାହା ଦିଅନ୍ତି ତାହା ଖାଏ । ବିଶେଷ କରି ପୂଜା ଭୋଗ ଖାଏ ।

ମନ୍ଦିର ପ୍ରଶାସନ କହିଛି ଯେ, ୧୯୪୦ରୁ କୁମ୍ଭୀରଟି ମନ୍ଦିର ପରିସରରେ ଥିବା ପୋଖରୀରେ ରହୁଛି । ଆଉ ସେବେଠାରୁ ସେ ନିରାମିଷ ଖାଉଛି । ଦିନକୁ ଦୁଇଥର ମନ୍ଦିର ପ୍ରସାଦ ଖାଇବାକୁ ଦିଆଯାଏ । ଆଉ ତାକୁ ସେ ବେଶ୍ ଆରାମରେ ଖାଇଥାଏ ।

Leave A Reply

Your email address will not be published.