Latest Odisha News

BREAKING NEWS

ଟ୍ରମ୍ପ୍‌ଙ୍କ ନୀତି ପରିବର୍ତ୍ତନ କଲେ ବାଇଡେନ୍‌; ମେକ୍ସିକୋ ଶରଣାର୍ଥୀଙ୍କୁ ଆମେରିକା ଆସିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଜୋ ବାଇଡେନ ପ୍ରଶାସନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ନିଷ୍ପତ୍ତିକୁ ରଦ୍ଦ କରିଦେଇଛି। ଶରଣାର୍ଥୀମାନଙ୍କ ପାଇଁ ନୀତି ପରିବର୍ତ୍ତନ କରିଛନ୍ତି ବାଇଡେନ୍‌ ପ୍ରଶାସନ।

ଯେଉଁମାନେ ମେକ୍ସିକୋରେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି ସେମାନଙ୍କ ପାଇଁ ଏହା ବହୁତ ଆଶ୍ବସ୍ତି ଆଣିଦେଇଛି। ନୂତନ ନୀତି ଅନୁଯାୟୀ, ଶନିବାର ଦିନ ଶରଣାର୍ଥୀଙ୍କୁ ଏହି ନୀତି ଅନୁଯାୟୀ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା।

ଆମେରିକାରେ ଆଶ୍ରୟ ନେବାକୁ ମେକ୍ସିକୋର ପ୍ରାୟ ୨୫,୦୦୦ ଲୋକଙ୍କ ମଧ୍ୟରୁ ପ୍ରଥମ ୨୫ ଜଣଙ୍କୁ ବାଇଡେନ ପ୍ରଶାସନ ଅନୁମତି ଦେଇଛି। ପ୍ରକୃତରେ, ଏହି ଲୋକଙ୍କୁ କୋର୍ଟରେ ବିଚାରାଧୀନ ମାମଲାର ଶୁଣାଣି କରିବାକୁ ଆମେରିକା ଆସିବାକୁ ଅନୁମତି ଦିଆଯାଇଛି।

ସପ୍ତାହ ଆରମ୍ଭରେ ଆରମ୍ଭ ହୋଇଥିବା ମିଳିତ ଜାତିସଂଘ ହାଇ କମିଶନ ୱେବସାଇଟରେ ଶରଣାର୍ଥୀମାନଙ୍କ ପାଇଁ ପଞ୍ଜିକରଣ କରିବାକୁ ଆମେରିକାର ଅଧିକାରୀମାନେ ପ୍ରଥମେ କହିଛନ୍ତି।

Comments are closed.