ଓ୍ୱାଶିଂଟନ୍: ଦରିଆପାରିରେ ଭାରତୀୟଙ୍କ ଦବଦବା । ଆମେରିକାରେ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ଜଣେ ଭାରତୀୟ ବଂଶୋଦ୍ଭବ । ନାଁ କମଳା ହାରିସ୍ । ଏବେ ଡେମୋକ୍ରାଟିକ୍ ପାର୍ଟିରରୁ କାଲିଫର୍ଣ୍ଣିଆରୁ ସାଂସଦ ଅଛନ୍ତି । ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ତାଙ୍କ ନାଁରେ ମୋହର ମାରିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ ।
ନିଜେ ଜୋ ବିଡେନ୍ ଟ୍ୱିଟ୍ କରି ଏହି ଘୋଷଣା କରିଛନ୍ତି । କମଳା ହାରିସଙ୍କ ପ୍ରଶଂସା କରି ବିଡେନ୍ ଲେଖିଛନ୍ତି, ସେ ଜଣେ ବାହାଦୂର ଯୋଦ୍ଧା । ଦେଶର ଜଣେ ଭଲ ଜନ ପ୍ରତିନିଧି । କମଳା ହାରିସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରି ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ବୋଲି ଜୋ ବିଡେନ୍ କହିଛନ୍ତି ।
I have the great honor to announce that I’ve picked @KamalaHarris — a fearless fighter for the little guy, and one of the country’s finest public servants — as my running mate.
— Joe Biden (@JoeBiden) August 11, 2020
କମଳା ହାରିସଙ୍କ ସମ୍ପର୍କରେ ଜାଣନ୍ତୁ
– ୫୫ ବର୍ଷ କମଳା ହାରିସଙ୍କ ବାପା ଜାମାଇକାର ବାସିନ୍ଦା ଓ ତାଙ୍କ ମାଆ ଭାରତୀୟ
– ନିର୍ବାଚିତ ହେଲେ ସେ ହେବେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି
– ଦେଶର ପ୍ରଥମ ଇଣ୍ଡୋ-ଆମେରିକାନ୍ ଓ ଆଫ୍ରିକାନ୍ ଉପରାଷ୍ଟ୍ରପତି ହେବେ
– କମଳା କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ରହିଥିଲେ
– ଡେମୋକ୍ରାଟିକ ପାର୍ଟି ସାଂସଦ ଭାବରେ ୨୦୧୯ରେ ଆରମ୍ଭ କରିଥିଲେ ରାଷ୍ଟ୍ରପତି ନିର୍ବାଚନ ପାଇଁ କ୍ୟାମ୍ପେନ୍
– କିଛି ମାସ କ୍ୟାମ୍ପେନ ଚଳାଇଥିଲେ ଓ ୨୦୧୯ ଶେଷ ଆଡକୁ ରେସରୁ ଓହରିଥିଲେ
Comments are closed.