Latest Odisha News

BREAKING NEWS

ସଂକ୍ରମଣ ବଢିଲ‌େ ବି ‌ଲାଗୁ ‌ହେବନି ଜାତୀୟ ସଟଡାଉନ୍: ବାଇଡେନ୍

ୱାଶିଂଟନ୍: ଆମେରିକାରେ କରୋନା ସଂକ୍ରମଣ ବଢିଲ‌େ ମଧ୍ୟ ଏହାର ମୁକାବିଲା କରିବାକୁ ଯାଇ ଜାତୀୟ ସଟଡାଉନ୍ ଘୋଷଣା କରାଯିବ ନାହିଁ ବୋଲି କହିଛନ୍ତି ଆମେରିକାର ନବ-ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇ‌ଡେନ୍।

କରୋନା ଯୋଗୁଁ ଆମେରିକା ଅଧିକ ଭାବରେ ପ୍ରଭାବିତ ହୋଇଥିଲେ ହେଁ ଜାତୀୟ ସଟଡାଉନର ଆବଶ୍ୟକତା ପରିଲିକ୍ଷିତ ହେଉନାହିଁ। ଯଦିବି ଆଗାମୀ ଦିନର‌େ କରୋନା ସଂକ୍ରମଣ ମାତ୍ରା ଏଠାରେ ବଢେ, ତାହେଲେ ମଧ୍ୟ ଜାତୀୟ ସଟଡାଉନ୍ ଘୋଷଣା କରାଯିବ ନାହିଁ।

ତେବେ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ପକ୍ଷରୁ ଆମେରିକାବାସୀଙ୍କୁ ବାହାର‌େ ଯଥାସମ୍ଭବ କମ୍ ବୁଲିବା ଏବଂ କ‌ୋଭିଡ୍ ନିର୍ଦ୍ଦେଶାବଳୀକୁ ମାନିବା ଲାଗି ଗୁରୁତ୍ବାରୋପ କରାଯାଇଛି।

ଜନ୍ ହପକିନ୍ସ ୟୁନିଭର୍ସିଟିର ରିପୋର୍ଟ ଅନୁଯାୟୀ କୋଭିଡ-୧୯ ସଂକ୍ରମଣରେ ଆମେରିକାରେ ଏଯାବତ୍ ୨ ଲକ୍ଷ ୫୪ ହଜାର ୩୩୨ ଜଣଙ୍କର ମୃତ୍ୟୁ ଘଟିଛି। ‌ସ‌େହିପରି ୧ କ‌ୋଟି ୧୯ ଲକ୍ଷ ୧୫ କରୋନା ମାମଲା ରହିଛି।

Leave A Reply

Your email address will not be published.