Latest Odisha News

BREAKING NEWS

ଖାଲିପେଟରେ ଖାଆନ୍ତୁ ଦୁଇ କୁଳା ରସୁଣ;ମିଳିବ ଏହି ଅଦ୍ଭୁତ ଫଳ

ଭୁବନେଶ୍ୱର ରସୁଣ ଖାଦ୍ୟର ସ୍ୱାଦକୁ ଦୁଇଗୁଣ କରିଦେଇଥାଏ। କେବଳ ରୋଷେଇ ନୁହେଁ ବରଂ ବିଭିନ୍ନ ରୋଗର ଘରୋଇ ଉପଚାର ମଧ୍ୟ ଏହି ରସୁଣରେ ଲୁଚି ରହିଛି।

ଥଣ୍ଡା, କାଶ, ଉଚ୍ଚ ରକ୍ତଚାପ, ଭଳି ଅନେକ ସମସ୍ୟାର ଉପଚାର ପାଇଁ ନାନାଦି ଉପାୟରେ ଏହାର ସେବନ କରାଯାଇଥାଏ।

ଆଜି ଆମେ ଆପଣଙ୍କୁ ଜଣାଇବୁ ସକାଳୁ ଖାଲି ପେଟରେ ରସୁଣ ସେବନ କରିବା ସ୍ୱାସ୍ଥ୍ୟ ପାଇଁ କେତେ ହିତକର ହୋଇଥାଏ।

ଦୁଇ ପାଖୁଡା ରସୁଣର ଚୋପା ଛଡାଇ ଏହାକୁ ସକାଳୁ ଖାଲି ପେଟରେ ଖାଇ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ।

କଞ୍ଚା ରସୁଣ ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।

ଶୀତ ଦିନରେ ସାଧାରଣତଃ ଚର୍ମ ଶୁଷ୍କ ହୋଇ କୁଣ୍ଡେଇ ହୋଇଥାଏ। ଚର୍ମ ସମ୍ବନ୍ଧୀୟ ରୋଗ ରୋକିବାରେ ମଧ୍ୟ ରସୁଣ ପ୍ରଭାବଶାଳୀ। ସକାଳୁ ଖାଲି ପେଟରେ ରସୁଣ ଖାଇଲେ ଚର୍ମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଦିନକୁ ୪-୫ ପାଖୁଡା ରସୁଣ ଖାଇଲେ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।

ଶୀତ ଦିନରେ ରସୁଣ ଖାଇବା ଉଚିତ।

ରସୁଣ ଏହା ଓଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ପେଟ ସମ୍ବନ୍ଧୀୟ ସମସ୍ୟା ଅର୍ଥାତ ଡାଇରିଆ ଓ କୋଷ୍ଠକାଠିନ୍ୟ ମଧ୍ୟ ରୋକିଥାଏ।

କଞ୍ଚା ରସୁଣ ଡିଟକ୍ସ ଜୁସରୁ ବି ଅଧିକ ଲାଭଦାୟକ। କଞ୍ଚା ରସୁଣ ଶରୀରରୁ ଟକ୍ସିନ ବାହାର କରିଥାଏ।

ଖାଲି ପେଟରେ ଦୁଇ ପାଖୁଡା ରସୁଣରୁ ଅଧିକ ସେବନ କରନ୍ତୁ ନାହିଁ। ଗର୍ଭବତୀ ମହିଳା, ଛୋଟ ପିଲା, ମଧୁମେହ ରୋଗୀ, ନିମ୍ନ ରକ୍ତଚାପ ରୋଗୀ ଏବଂ ସ୍ତନପାନ କରାଉଥିବା ମହିଳା ମଧ୍ୟ ଖାଲି ପେଟରେ ରସୁଣ ଅନୁଚିତ ଅଟେ।

Leave A Reply

Your email address will not be published.