Latest Odisha News

BREAKING NEWS

ହ୍ୱାଇଟ ହାଉସରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ

ୱାସିଙ୍ଗଟନ: ଆମେରିକା ରାଷ୍ଟ୍ରପତିଙ୍କ କ୍ୟାବିନେଟରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ନେରା ଟାଣ୍ଡେନ। ନେରାଙ୍କୁ ହ୍ୱାଇଟ୍ ହାଉସ ପରିଚାଳନା ଓ ବଜେଟ୍ ମୁଖ୍ୟ ଦାୟିତ୍ୱ ଦେଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡ଼େନ୍।

ଏହାପୂର୍ବରୁ କମଲା ହ୍ୟାରିସ ଆମେରିକା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ନେରାଙ୍କୁ ନିଜ ଟିମରେ ସାମିଲ କରିଛନ୍ତି ବାଇଡେନ୍ ।

ସୂଚନାନୁସାରେ, ଭାରତୀୟ-ମାର୍କିନ ମହିଳା ନେରା ନୂଆ ଦାୟିତ୍ୱରେ ରାଷ୍ଟ୍ରପତି ବିଡେନଙ୍କ ତରଫରୁ ସରକାରଙ୍କ ବଜେଟ୍ ପ୍ରକ୍ରିୟା ତଦାରଖ କରିବେ । ନେରା ଟ୍ରମ୍ପଙ୍କର ଜଣେ ତୀବ୍ର ସମାଲୋଚକ ଭାବେ ଜଣାଶୁଣା। ନେରା ଟାଣ୍ଡେନ, ରାଷ୍ଟ୍ରପତି ବିଲ କ୍ଲିଂଟନଙ୍କ ସମୟରେ ହ୍ୱାଇଟ ହାଉସରେ କାର୍ଯ୍ୟ କରୁଥିଲେ ।

Leave A Reply

Your email address will not be published.