Latest Odisha News

BREAKING NEWS

କଟକ IIFL ଲୁଟ୍ ଘଟଣାରେ ଆଉ ଦୁଇ ଜଣ ଗିରଫ

କଟକ: ନୂୟାସଡ଼କ IIFL ଫାଇନାନ୍ସ କମ୍ପାନୀରୁ ଲୁଟ୍ ଲୁଟ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ । ସେମାନେ ହେଲେ ଦେବାଶିଷ ହାଜରା ଓ ନୀଳମଣି ସାହୁ । ଦୁଇ ଅଭିଯୁକ୍ତ ଚଞ୍ଚକତା କରି ବ୍ୟାଙ୍କରୁ ସୁନା ହଡ଼ପ କରିବା ସହିତ ଋଣ କାରବାରରେ ସଂପୃକ୍ତ ଥିଲେ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ବର୍ତ୍ତମାନ ଲୁଟ୍ ଘଟଣାରେ ୧୨ ଜଣଙ୍କୁ ବାନ୍ଧିଛି କମିଶନରେଟ ପୋଲିସ ।

IIFL ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ ହେଉଛି ସେଠାରେ କାମ କରୁଥିବା ଲାଲା ଅମ୍ରିତ ରାୟ । ସେ ହିଁ ଲୁଟର ପ୍ଲାନ କରିଥିଲା । ତାକୁ ରିମାଣ୍ଡରେ ନେଇ ପୋଲିସ ସବିଶେଷ ତଥ୍ୟ ହାସଲ କରିଛି । ଜବତ ହେଲାଣି ୧୦ କିଲୋ ସୁନା ଗହଣା । ୭ ଲକ୍ଷ ଟଙ୍କା ଓ ଗାଡ଼ିମୋଟର ବି ଜବତ ହୋଇଛି ।

Leave A Reply

Your email address will not be published.