Latest Odisha News

ବାଇଡେନ୍‌ଙ୍କ ଚେତାବନୀ; ଟିକା ନେଇନଥିଲେ ମୃତ୍ୟୁ ସୁନିଶ୍ଚିତ

ୱାଶିଂଟନ: କରୋନା ଭୂତାଣୁର ଓମିକ୍ରନ୍ ପ୍ରଜାତି ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହି ସମୟରେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ପ୍ରଜାତି ବିଷୟରେ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଜୋ ବାଇଡେନ କହିଛନ୍ତି ଯେ କରୋନା ଭୂତାଣୁ ଯୁକ୍ତରାଷ୍ଟ୍ରରେ କ୍ଷୀପ୍ର ବେଗରେ ବ୍ୟାପିପାରେ।

ଶୀତ ଋତୁରେ ଏହା ଅଧିକ ମାରାତ୍ମକ ରୂପ ଧାରଣ କରିପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ଯେଉଁମାନେ ଟିକା ଗ୍ରହଣ କରିନାହାଁନ୍ତି ସେମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କ ପାଇଁ ଏହା ଅଧିକ ବିପଦ ସୃଷ୍ଟି କରିପାରେ। ଏମିତିତି ଏହା ସେମାନଙ୍କୁ ମୃତ୍ୟୁମୁଖରେ ମଧ୍ୟ ପକାଇପାରେ।

Comments are closed.