Latest Odisha News

BREAKING NEWS

ଯୁଦ୍ଧ ଭିତରେ ବାଇଡେନ ଏବଂ ଜିନ୍ ପିଙ୍ଗଙ୍କ କଥାବାର୍ତ୍ତା; ଆଲୋଚନାର ୫ ପ୍ରମୁଖ କାରଣ?

ନ୍ୟୁୟର୍କ: ଋଷ ୟୁକ୍ରେନ ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଫୋନରେ କଥା ବାର୍ତ୍ତା ହୋଇଛନ୍ତି । ନିକଟରେ ଋଷ ଚୀନକୁ ଯୁଦ୍ଧ ପାଇଁ ସାମରିକ ଅସ୍ତ୍ର ଏବଂ ଆର୍ଥିକ ସହାୟତା ମାଗିଥିଲା। ଏହାପରେ ବାଇଡେନ୍ ଜିନ୍ ପିଙ୍ଗଙ୍କୁ ଫୋନ୍ କରି ସାମରିକ ଅସ୍ତ୍ର ନଯୋଗାଇବାକୁ ଫୋନରେ କଥା ହୋଇଛନ୍ତି । ବାଇଡେନ୍ ରାଷ୍ଟ୍ରପତି ହେବା ପରେ ଜିନ ପିଙ୍ଗଙ୍କ ସହ ଏହା ଚତୁର୍ଥ ଥର ଫୋଲ୍ କଲ୍ ବୋଲି ଜଣାପଡିଛି । ଗତ ବର୍ଷ ନଭେମ୍ବରରେ ବାଇଡେନ ଏବଂ ଜିନ ପିଙ୍ଗ୍ ଡିଜିଟାଲ ଶିଖର ସମ୍ମିଳନୀରେ ଏକାଠି ହୋଇଥିଲେ । ଏହାପରେ ଉଭୟ କଥାବାର୍ତ୍ତା ହେଉଥିବା ସୂଚନା ରହିଛି ।

ଦୁଇ ଦେଶର ପ୍ରମୁଖ ନେତା ସକାଳ ୯ଟା ୩ରେ ପରସ୍ପର କଥା ହୋଇଥିଲେ। ହ୍ୱାଇଟ୍ ହାଉସର ପ୍ରେସ ସଚିବ ଜେନ ପାସାକି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିନ୍ଦା ନକରିବା, ୟୁକ୍ରେନରେ ଋଷର ବର୍ବର ଆକ୍ରମଣକୁ ଚୀନି ନିନ୍ଦା ନକରିବା ନେଇ ବାଇଡେନ ଜିନ ପିଙ୍ଗଙ୍କୁ ପ୍ରଶ୍ନ କରିବେ। ଯୁଦ୍ଧ ବେଳେ ଜିନ ପିଙ୍ଗଙ୍କ ଆଭିମୁଖ୍ୟ ଦ୍ୱାରା ଅନେକ କିଛି ବୁଝି ହେବ ଯେ ବେଜିଂ କାହାକୁ ସମର୍ଥନ କରୁଛି ।

ତେବେ ମିଳିଥିବା ସୂଚନା ଅନୁସାରେ ଚୀନ୍ ପାଲଟା ଅଭିଯୋଗ କରିଛି ଯେ ରୁଷକୁ ଆମେରିକା ଉସକାଉଛି । ଏବଂ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଏହି ବିବାଦକୁ ବଢାଉଛି ।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି ଯେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଚୀନ୍ ସବୁବେଳେ ଚେଷ୍ଟା କରୁଛି। କିନ୍ତୁ ଲୋକଙ୍କୁ ଖାଇବା ନଦେଇ ଅସ୍ତ୍ରଶସ୍ତ୍ର ନଦେବାର ଅର୍ଥ କ’ଣ? ଏପରି କହି ସେ ବାଇଡେନଙ୍କୁ ସମାଲୋଚନା କରିଛନ୍ତି ।

ଦୁଇ ପ୍ରମୁଖ ନେତାଙ୍କ ଆଲୋଚାନାର ୫ଟି ପ୍ରମୁଖ ଦିଗ 

  • ଋଷ-ୟୁକ୍ରେନ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି । ଆଇସିଜେର ନିର୍ଦ୍ଦେଶକୁ ବି ଅଗ୍ରାହ୍ୟ କରି ଦେଇଛି ଋଷିଆ । ତେଣୁ ଯୁଦ୍ଧ ଟାଳିବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛି ଆମେରିକା ।
  • ଚାଇନା ଋଷିଆକୁ ଯୋଗାଇପାରେ ଅସ୍ତ୍ରଶସ୍ତ୍ର ।
  • ଯୁଦ୍ଧକୁ ନେଇ ଋଷିଆ ଏବଂ ଚାଇନାର ଆଭିମୁଖ୍ୟକୁ ନରମାଇବାକୁ ଆମେରିକା ଚେଷ୍ଟା କରିପାରେ ।
  • ଋଷ-ୟୁକ୍ରେନ ଯୁଦ୍ଧ ବେଳେ ଚାଇନାର ଆଭିମୁଖ୍ୟ ଉପରେ ଆମେରିକା ଏବଂ ଏସିଆ ମହାଦେଶ ନଜର ରଖିଛି ।
  • ବାଇଡେନ ଏବଂ ଜିନ ପିଙ୍ଗ୍ ଦେଶର ଉପରାଷ୍ଟ୍ରପତି ଥିବା ବେଳେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । କିନ୍ତୁ ବାଇଡେନ୍ ରାଷ୍ଟ୍ରପତି ହେବା ପରେ ଦୁଇ ଦେଶର ନେତା ପରସ୍ପରକୁ ନିଜ ଦେଶର ଆର୍ଥିକ ନୀତିକୁ ନେଇ ଟକ୍କର ଦେଉଛନ୍ତି । କିନ୍ତୁ ପୂର୍ବ ସମ୍ପର୍କର ଆଭିମୁଖ୍ୟକୁ ଦେଖି ଏହି ଦୁଇ ନେତାଙ୍କ ଫୋନ୍ କଲେ ଅନେକ ଗୁରୁତ୍ୱ ବହନ କରୁଛି।

Comments are closed.