Latest Odisha News

ଫୁଟବଲ ବିଶ୍ୱକପ ପ୍ରସ୍ତୁତି: ଓପନ ଷ୍ଟାଡିୟମରେ ଲାଗିବ ଏସି

ନୂଆଦିଲ୍ଲୀ: କାତାରର ଦୋହାରେ ନଭେମ୍ବର ୨୧ରୁ ଆରମ୍ଭ ହେବ ଫୁଟବଲ ବିଶ୍ୱକପ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ତେବେ ଗଲ୍ଫ ଦେଶରେ ତାପମାତ୍ରା ଅଧିକ ରହୁଥିବାରୁ ଅଧିକାଂଶ ଦେଶର ଖେଳାଳି ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା କରାଯାଉଥିଲା । ତେବେ ଆୟୋଜକ ଦେଶ ଏହି ସମସ୍ୟା ଦୂର କରିବା ପାଇଁ ନୂତନ ଜ୍ଞାନ କୌଶଳର ବ୍ୟବହାର କରିଛି । ଓପନ ଷ୍ଟାଡିୟମରେ ଏସି ଲଗାଯିବ । ଫଳରେ ବାହାରେ ୫୫ ଡିଗ୍ରୀ ସେଲସିୟସ ଉତାପ ଥିଲେ ମଧ୍ୟ ଷ୍ଟାଡିୟମ ଭିତରେ ଏହା ୨୨ ଡିଗ୍ରୀ ରହିବ ।

ଡା. କୁଲ ନାମରେ ପରିଚିତ ସାଉଦି ଗନି ଏହି ଦାୟିତ୍ୱ ନେଇଛନ୍ତି । ଏହା ଏକ କଷ୍ଟକର ବ୍ୟାପାର ଥିଲେ ମଧ୍ୟ ସେ ଏଥିରେ ସଫଳ ହୋଇଥିବା କହିଛନ୍ତି । ସୂଚନାଯୋଗ୍ୟ, ନଭେମ୍ବର ୨୧ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ବିଶ୍ୱର ୩୨ଟି ଟିମ ଏହି ମେଗା ଇଭେଂଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

Leave A Reply

Your email address will not be published.