Latest Odisha News

BREAKING NEWS

ୱାର୍ଲ୍ଡସ ହ୍ୟାପିଏଷ୍ଟ କଂଟ୍ରି :କ୍ରମାଗତ ୫ମ ବର୍ଷ ପାଇଁ ଫିନଲାଣ୍ଡ ଶୀର୍ଷରେ, ଭାରତକୁ ୧୩୬ତମ ସ୍ଥାନ

ନୂଆଦିଲ୍ଲୀ: ୱାର୍ଲ୍ଡସ ହ୍ୟାପିଏଷ୍ଟ କଂଟ୍ରି ତାଲିକାରେ କ୍ରମାଗତ ୫ମ ବର୍ଷ ପାଇଁ ଫିନଲାଣ୍ଡ ଶୀର୍ଷରେ ରହିଛି । ଏହାର ମାନେ ଏଠାକାର ଲୋକ ସନ୍ତୋଷମୟ ଜୀବନଯାପନ କରୁଛନ୍ତି । ଭାରତ ଏହି ତାଲିକାରେ ୧୩୬ତମ ସ୍ଥାନରେ ରହିଛି । ଗତ ବର୍ଷ ୧୩୯ତମ ସ୍ଥାନରେ ରହିଥିବା ଭାରତ ଏହାର ୩ଟି ପୋଜିଶନ ଉପରକୁ ଉଠିଛି । ଫିନଲାଣ୍ଡ ପଛକୁ ଡେନମାର୍କ, ଆଇସଲାଣ୍ଡ, ସ୍ୱିଜରଲାଣ୍ଡ ଓ ନେଦରଲାଣ୍ଡ ଯଥାକ୍ରମେ ୨ୟରୁ ୫ମ ସ୍ଥାନ ମଧ୍ୟରେ ରହିଛନ୍ତି ।

ରୁଷ ୮୦ ଓ ୟୁକ୍ରେନ ୯୮ତମ ସ୍ଥାନରେ ରହିଛି । ଏହି ଦୁଇ ଦେଶର ଡାଟା ଯୁଦ୍ଧ ପୂର୍ବରୁ ନିଆଯାଇଥିଲା । ବର୍ତମାନ ପରିସ୍ଥିତି ଅନୁଧ୍ୟାନ କଲେ ସେମାନଙ୍କ ର‌୍ୟାଙ୍କିଙ୍ଗରେ ଅବନ୍ନତି ଘଟିବ ବୋଲି ଜଣେ ସମୀକ୍ଷକ କହିଛନ୍ତି । ଏହି ତାଲିକାରେ ଆଫଗାନିସ୍ତାନ ଶେଷ ସ୍ଥାନ (୧୪୬)ରେ ରହିଛି । ଏହା ଉପରକୁ ଲେବାନନ ଓ ଜିମ୍ବାୱେ ରହିଛନ୍ତି ।

Leave A Reply

Your email address will not be published.