ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଜନ ଆବ୍ରାହାମ ଉଭୟ ମଡେଲିଂ ଏବଂ ଫିଲ୍ମକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ସର୍ବଦା ନିଜ ଫିଟନେସକୁ ଗୁରୁତ୍ୱ ଦେଇଥାନ୍ତି । ନିକଟରେ ପାକିସ୍ତାନୀ କଳାକାର ଏଲୀ ଖାଁ ତାଙ୍କ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଜନ ଜଣେ ଯୋଗୀଙ୍କ ପରି ରହିଥାନ୍ତି । ସେ ସର୍ବଦା ଶୃଙ୍ଖଳିତ ଜୀବନ ବଂଚିବାକୁ ପସନ୍ଦ କରିଥାନ୍ତି । ତାଙ୍କ ନିକଟରେ ଭରପୂର ପ୍ରତିଭା ଥିବାରୁ ସେ ବଲିଉଡର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ୨୫ ବର୍ଷ ହେବ ଚିନି ଖାଇ ନାହାନ୍ତି । ସେଥିପାଇଁ ସେ ନିର୍ଭୟରେ ତାଙ୍କ ଶାର୍ଟ ଖୋଲି ପାରିଥାନ୍ତି ।
ଜନ ଧୂମ୍ରପାନ କିମ୍ବା ମଦ୍ୟପାନ କରିନ୍ତି ନାହିଁ । ଏଲୀ କହିଛନ୍ତି ସେ ନିଜକୁ ଶାକାହାରୀ ଭାବେ ପରିଚୟ ଦେଇଥାନ୍ତି । ସୂଚନାଯୋଗ୍ୟ, ଏଲୀ ଜୋୟା ଅଖତାରଙ୍କ ଫିଲ୍ମ ଲକ ବାଇ ଚାନ୍ସରେ ସହାୟକ ଭୂମିକା କରିଥିଲେ । ଜନ ଏଥିରେ କାମିଓ ରୋଲ କରିଥିଲେ । ତେହେରାନରେ ମଧ୍ୟ ସେ ଜନଙ୍କ ସହ କାମ କରିଥିଲେ । ଜନ ଏବେ ଫୋର୍ସ ୩ ଓ ୱେଦା ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି ।
Comments are closed.