Latest Odisha News

BREAKING NEWS

ପଠାନ ସଫଳତା ପରେ ଏବେ କମେଡି ନୁହେଁ , ଆକ୍ସନ୍ ଫିଲ୍ମ ଦରକାର : ଜନ୍ ଆବ୍ରାହମ

ମୁମ୍ବାଇ: ଫିଲ୍ମ ‘ପଠାନ’ ସଫଳତାରେ ରେକର୍ଡ଼ କରିଛି । ଏଥିରେ ଶାହାରୁଖ ଖାନଙ୍କ ବ୍ୟତୀତ ଜନ୍ ଅବ୍ରହାମଙ୍କ ଅଭିନୟକୁ ଲୋକମାନେ ବେଶ୍ ପସନ୍ଦ କରିଛନ୍ତି । ତେଣୁ ଏବେ ଜନ୍ ଆଉ କମେଡି ଫିଲ୍ମ କରିବେ ନାହିଁ । ଆଗକୁ କେବଳ ଆକ୍ସନ ଫିଲ୍ମରେ ଅଭିନୟ କରିବାକୁ ମନ ବଳାଇଛନ୍ତି ଜନ୍ । କାରଣ ପଠାନରେ ଜନ୍‌ଙ୍କୁ ଆକ୍ସନ ଭୂମିକାରେ ଦେଖିବାକୁ ମିଳିଥିଲା, ଯାହା ଦର୍ଶକଙ୍କୁ ବେଶୀ ପସନ୍ଦ ଆସିଥିଲା । ତେଣୁ ଆସନ୍ତା ଦୁଇ ବର୍ଷ ପାଇଁ କମେଡି ଫିଲ୍ମଠାରୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ଜନ୍ ମସାଲା ଏଣ୍ଟରଟେନରଙ୍କ ସହ କମେଡି ଫିଲ୍ମ କରିବାକୁ ଚାହୁଁଥିଲେ । ସେ ସାଜିଦ ଖାନଙ୍କ ଫିଲ୍ମରେ କାମ କରିବାର ଥିଲା । ଏଥି ସହିତ ଆୱାରା ପାଗଲ ଦିୱାନା ଫିଲ୍ମ କରିବାକୁ ମନା କରିଦେଇଛନ୍ତି । କିନ୍ତୁ ପଠାନଙ୍କ ସଫଳତାକୁ ଦେଖି ସେ ମତ ବଦଳାଇଛନ୍ତି । ସେ ଏବେ ଆକ୍ସନ୍ ଫିଲ୍ମ ଖୋଜୁଛନ୍ତି ।
ଏହା ବ୍ୟତୀତ ଜନ୍ ଖୁବଶୀଘ୍ର ତେହେରାନ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ମାନୁଶି ଚିଲର ମଧ୍ୟ ତାଙ୍କ ସହ ଅଛନ୍ତି । ଏଥିସହିତ ଏକ ଥ୍ରୀଲର ଫିଲ୍ମରେ ମୁଖ୍ୟ ଭୂମିକାରେ ମଧ୍ୟ ଦେଖିବାକୁ ମିଳିବେ ଜନ୍ ।

Leave A Reply

Your email address will not be published.