Latest Odisha News

BREAKING NEWS

ପୁଅର ମୃତ୍ୟୁ ପରେ ନିଜ ନାତୁଣୀକୁ ଜନ୍ମ ଦେଲେ ମହିଳା

ସ୍ପେନ୍ : ଅଧିକାଂଶ ଜେଜେବାପା ଜେଜେମାଆ ନିଜର ନାତିନାତୁଣିକୁ କୋଳରେ ଧରି ଖୁସି ଅନୁଭବ କରିବାକୁ ଚାହାଁନ୍ତି । ଏହି ସୁଖ ଦେଖିବା ପ୍ରତ୍ୟେକ ମହିଳାଙ୍କ ଭାଗ୍ୟରେ ନ ଥାଏ । କେତେକ ମହିଳା ଆଖି ସାମ୍ନାରେ ନିଜ ପୁଅକୁ ହରାଇବାର କଷ୍ଟ ପାଇଥାନ୍ତି । ସ୍ପେନର ଜଣେ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି । ତାଙ୍କ ପୁଅର ମୃତ୍ୟୁ ପରେ ମହିଳା ଜଣକ ପୁଅର ସନ୍ତାନକୁ ଜନ୍ମ ଦେଇ ଜେଜେମାଆ ପାଲଟିଛନ୍ତି । ଏହା ଶୁଣି ଆପଣ ଟିକେ ଭାବୁଥିବେ ଏହା କିପରି ସମ୍ଭବ ?

ସ୍ପେନରେ ରୁହନ୍ତି ୬୮ ବର୍ଷିୟା ଆନା ଓବ୍ରେଗନ୍ । ସେ ଜଣେ ସ୍ପେନୀୟ ଅଭିନେତ୍ରୀ । ଏହି ବୟସରେ ଆନା ମାଆ ହୋଇଥିବାରୁ ବହୁତ ଖୁସି । ହେଲେ ତାଙ୍କ ପୁଅ ଏହି ମୁହୂର୍ତ୍ତକୁ ଦେଖିପାରୁ ନ ଥିବାରୁ ସେ ଦୁଃଖିତ । ଆନାଙ୍କ ୨୭ ବର୍ଷର ପୁଅ ଆଲେସ୍ ୨୦୨୦ ମସିହାରେ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ । ଆଲେସ୍ ଏକ ଡିଜିଟାଲ ମାର୍କେଟିଂ କମ୍ପାନୀର ସିଇଓ ଥିଲେ । କେମୋଥେରାପି ପୂର୍ବରୁ ସେ ତାଙ୍କ ଶୁକ୍ରାଣୁକୁ ଫ୍ରିଜ୍ କରିଦେଇଥିଲେ । ଦୁନିଆକୁଏକ ନୂତନ ଜୀବନ ଆଣିବା ଏବଂ ତାଙ୍କ ସନ୍ତାନ ଜନ୍ମ ହେବା ଦେଖିବା ତାଙ୍କର ଇଚ୍ଛା ଥିଲା । ସେ ସର୍ବଦା ବାପା ହେବାକୁ ଚାହୁଁଥିଲେ । ଆଶା ରଖିଥିଲେ ଯେ ଦିନେ କର୍କଟ ରୋଗରୁ ମୁକ୍ତି ପାଇ ନୂଆ ଜୀବନ ଆରମ୍ଭ କରିବେ । କିନ୍ତୁ ସେମିତି କିଛି ହେଲାନାହିଁ ।
ପୁଅର ମୃତ୍ୟୁ ପରେ ଆନା ତାଙ୍କର ଶେଷ ଇଚ୍ଛା ପୂରଣ କରିବାକୁ ସ୍ଥିର କଲେ । ସରୋଗେସି ପଦ୍ଧତି ସାହାଯ୍ୟରେ ଆନା ନିଜ ପୁଅର ମାଆ ହେଲେ । ସ୍ପେନରେ ସରୋଗେସି ମାଆ ହେବା ସମ୍ପୂର୍ଣ୍ଣ ଭାବେ ନିଷେଧ । ତେଣୁ ଆନା ଆମେରିକାରେ ସରୋଗେସି ପଦ୍ଧତି ଆପଣାଇଥିଲେ, ଯେଉଁଠାରେ ପୁଅର ଶୁକ୍ରାଣୁ ଫ୍ରିଜ୍ ହୋଇଥିଲା । ଆନା କହିଛନ୍ତି ଯେ,ଆଲେସ୍ ମୃତ୍ୟୁର ସପ୍ତାହ ପୂର୍ବରୁ ନିଜର ଇଛା ସମ୍ପର୍କରେ ମୋତେ କହିଥିଲେ । ତେଣୁ ସେବେଠାରୁ ସେ ଏହା କରିବାକୁ ଚିନ୍ତା କରିଥିଲେ । ଆଲେସଙ୍କ ଶେଷ ଇଚ୍ଛାକୁ ତାଙ୍କ ମାଆ ପୂରଣ କରିବାରେ ସକ୍ଷମ ହୋଇଛନ୍ତି । ଆନା ନିଜ ନାତୁଣୀକୁ ଜନ୍ମ ଦେଇ ବହୁତ ଖୁସି ।

Leave A Reply

Your email address will not be published.