Latest Odisha News

BREAKING NEWS

ଝାରସୁଗୁଡ଼ା ଉପନିର୍ବାଚନ, ଜୁଏଲ ଓରାମ ଓ ସୁରେଶ ପୂଜାରୀଙ୍କୁ ଦାୟିତ୍ୱ ଦେଲା ବିଜେପି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ସୁପରିଚାଳନା ଓ ପ୍ରଚାର ଲାଗି ରାଜ୍ୟ ବିଜେପି ୨ଟି କମିଟି ଗଠନ କରିଛି । ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ୮ ଜଣ ସଦସ୍ୟ ବିଶିଷ୍ଟ ନିର୍ବାଚନ ପରିଚାଳନା କମିଟି ଗଠିତ ହୋଇଛି । ସେହିଭଳି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ୧୪ ସଦସ୍ୟଙ୍କୁ ନେଇ ବିଜେପି ଗଠନ କରିଛି ନିର୍ବାଚନ ପ୍ରଚାର କମିଟି ।

ଆସନ୍ତାକାଲି ବିଜେପି ପ୍ରାର୍ଥୀ ଭାବେ ରାଜ୍ୟ ବିଜେପିର ସମ୍ପାଦକ ଟଙ୍କଧର ତ୍ରିପାଠୀ ନାମାଙ୍କନପତ୍ର ଦାଖଲ କରିବେ । ଏହା ପୂର୍ବରୁ ଆଜି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏହି ଦୁଇଟି କମିଟିର ଘୋଷଣା କରିଛନ୍ତି । ଯେଉଁଥିରେ ନିର୍ବାଚନ ସୁପରିଚାଳନା ସହ ନିର୍ବାଚନ ପ୍ରଚାରକୁ ଗୁରୁତ୍ୱ ଦିଆଯାଇଛି ।

ବିଜେପିର ୮ ଜଣିଆ ନିର୍ବାଚନ ସୁପରିଚାଳନା କମିଟିରେ ଜୁଏଲ୍ ଓରାମ ଅଧ୍ୟକ୍ଷ ରହିଥିବା ବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କେଭି ସିଂହଦେଓ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସମୀର ମହାନ୍ତି, ରବି ନାରାୟଣ ନାୟକ ଓ ଗୋଲକ ପ୍ରସାଦ ମହାପାତ୍ର ଅଛନ୍ତି ।

ସେହିଭଳି ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସାଂସଦ ପ୍ରତାପ ଷଡ଼ଙ୍ଗୀ, ସାଂସଦ ସଙ୍ଗୀତା ସିଂଦେଓ, ନିତେଶ ଗଙ୍ଗଦେବ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଶଙ୍କର ଓରାମ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ, ପ୍ରଦୀପ ପୁରୋହିତ, ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ମୁକେଶ ମହାଲିଙ୍ଗ ଓ ରଞ୍ଜନ ପଟେଲ୍ ଅଛନ୍ତି ।

Leave A Reply

Your email address will not be published.