Latest Odisha News

ଜାଣନ୍ତୁ ଢେଙ୍କାନାଳରେ କେଉଁ ଅଂଚଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷିତ !

ଢେଙ୍କାନାଳ: ପ୍ରତିଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କେତେକ ଅଂଚଳରେ କରୋନାରେ ଅଙ୍କୁଶ ଲାଗିଥିବା ସୂଚନା ରହିଛି । କିନ୍ତୁ ଢେଙ୍କାନାଳ ପରଜଙ୍ଗ ବ୍ଲକରେ ସଂକ୍ରମିତଙ୍କ ବୃଦ୍ଧି ପାଉଥିବା ସଂଖ୍ୟା ସ୍ଥାନୀୟ ପ୍ରଶାସନକୁ ଚିନ୍ତାରେ ପକାଇଛି ।

ଜୟପୁରାକାଟେଣୀ ଗାଁରେ ୮୨ଜଣ, ଶୁଣ୍ଢିକାଟେଣୀରୁ ୪ଜଣ ଓ ପଦ୍ମପୋଖରୀ ଗାଁରୁ ଜଣେ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଛି । ସର୍ବମୋଟ୍ ୮୭ଜଣ କରୋନା ସଂକ୍ରମିତଙ୍କ ଚିହ୍ନଟ ପରେ ଆଜିଠୁ ୧୦ଦିନ ପାଇଁ ଜୟପୁରାକାଟେଣୀ ପଂଚାୟତକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । ଉପ-ଜିଲ୍ଲାପାଳଙ୍କ ସମେତ ଏକାଧିକ ପ୍ରଶାସନିକ ଅଧିକାରୀ, ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀ ଜୟପୁରାକାଟେଣୀ ପଂଚାୟତକୁ ଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ।

Leave A Reply

Your email address will not be published.