Latest Odisha News

BREAKING NEWS

ଜନସନ ଆଣ୍ଡ ଜନସନ ଟିକାକୁ ମିଳିଲା ଭାରତର ମଞ୍ଜୁରୀ

ନୂଆଦିଲ୍ଲୀ: ଆମେରିକାର ଔଷଧ ନିର୍ମାତା ଜନସନ ଆଣ୍ଡ ଜନସନର ସିଙ୍ଗଲ୍‌ ଡୋଜ କୋଭିଡ-୧୯ ଟିକାକୁ ଭାରତ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଶନିବାର କହିଛନ୍ତି।

ମାନସୁଖ ମାଣ୍ଡଭ୍ୟ ଏକ ଟୁଇଟ୍‌ ଜରିଆରେ କହିଛନ୍ତି, “ଜନସନ ଏବଂ ଜନସନର ସିଙ୍ଗଲ୍‌ ଡୋଜ୍ କୋଭିଡ-୧୯ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦିଆଯାଇଛି। ବର୍ତ୍ତମାନ ଭାରତ ପାଖରେ ୫ଟି ଇଏୟୁ ଟିକା ଅଛି। ଏହା କରୋନା ବିରୁଦ୍ଧରେ ଆମ ଦେଶର ସାମୂହିକ ସଂଗ୍ରାମକୁ ଆହୁରି ବଢାଇବ।”

ଏକ ବିବୃତ୍ତିରେ ଜନସନ ଆଣ୍ଡ ଜନସନ କହିଛି ଯେ ମହାମାରୀକୁ ମୁକାବିଲା ଓ କୋଭିଡ-୧୯ ଟିକା ଉପଲବ୍ଧତାକୁ ତ୍ୱରାନ୍ୱିତ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Leave A Reply

Your email address will not be published.