Latest Odisha News

BREAKING NEWS

ଗୋଷ୍ଠୀ ସଂଘର୍ଷରେ ବୁଲିଲା ଖଣ୍ଡା ,ସିସିଟିଭିରେ ଚିତ୍ର କଏଦ

ଭୁବନେଶ୍ୱର: ଭାଇରଲ ହେଉଛି ଗୁଣ୍ଡାରାଜ୍ ର ଚିତ୍ର । ମଞ୍ଚେଶ୍ଵର ମୁଣ୍ଡା ସାହିରେ ଗୁଣ୍ଡାରାଜ । ବୁଲିଲା ଖଣ୍ଡା, ଭୂଜାଲି । ସାମାନ୍ୟ ଏକ ଗଣ୍ଡଗୋଳକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା କୁହାଯାଉଛି। ପ୍ରାୟ ଅଧଘଣ୍ଟା ଧରି ଅନ୍ୟ ସାହିର ଏକ ଗୋଷ୍ଠୀର ୪୦ରୁ ୫୦ ଜଣ ଯୁବକ ଖଣ୍ଡା, ଭୁଜାଲି ସହ ଲାଠି ଧରି ବ୍ୟାପକ ଭଙ୍ଗାରୁଜା କରିଥିଲେ। ସିସିଟିଭିରେ ଚିତ୍ର କଏଦ ହୋଇଛି ।

ଘଟଣାରେ ପ୍ରାୟ ୬ ଜଣ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।୨୦ରୁ ୩୦ ମିନିଟ୍‌ ଧରି ଚାଲିଲା ଆତଙ୍କରାଜ । ପୂର୍ବର ଛୋଟ ଝଗଡ଼ାକୁ ନେଇ ଗତକାଲି ହୋଇଥିଲା ମହାଭାରତ । ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ମଞ୍ଚେଶ୍ୱର ପୋଲିସ ।

ଅପରପକ୍ଷେ ଆଉ ଏକ ଗୋଷ୍ଠୀ ଆକ୍ରମଣକାରୀଙ୍କ ଗିରଫ ଦାବିରେ ପଳାଶୁଣିରେ ଏନ୍ଏଚ୍ ଅବରୋଧ କରିଥିଲେ। ଦୀର୍ଘ ସମୟ ପରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

Leave A Reply

Your email address will not be published.